Latest Odisha News

BREAKING NEWS

ଘରେ ରହିପାରିବେ କରୋନା ରୋଗୀ: ସରକାର

ଭୁବନେଶ୍ୱର: ଏଣିକି ଘରେ ରହିପାରିବେ କରୋନା ଆକ୍ରାନ୍ତ । ଲକ୍ଷଣ ନଥିଲେ ଏବଂ ସାମାନ୍ୟ ଲକ୍ଷଣ ଥିଲେ କରୋନା ରୋଗୀଙ୍କୁ ନିଜ ଘରେ ଆଇସୋଲେସନରେ ରହିବାକୁ ସରକାର ଅନୁମତି ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ସହରାଂଚଳରେ ଏହି ସୁବିଧା ମିଳିବ । ରାଜ୍ୟରେ କରୋନା ସ୍ଥିତି ଓ ପରିଚାଳନା ରଣନୀତିରେ ପରିବର୍ତ୍ତନ କରି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ମୁଖ୍ୟ ଶାସନ ସଚିବ ପ୍ରେସମିଟରେ ସୂଚନା ଦେଇଛନ୍ତି ଯେ, ପୂର୍ବରୁ ଲକ୍ଷଣ ନଥିବା ରୋଗୀଙ୍କୁ ମଧ୍ୟ କୋଭିଡ ହସପିଟାଲରେ ରଖାଯାଉଥିଲା । ତେବେ ସୀମିତ ସମ୍ବଳ ଭିତରେ ରୋଗୀଙ୍କ ପାଇଁ ଉତ୍ତମ ବ୍ୟବସ୍ଥା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଯଦି ଲକ୍ଷଣ ନଥିବା ଓ ଅଳ୍ପ ଲକ୍ଷଣ ଥିବା ରୋଗୀ ଘରୋ ନିଜ ବ୍ୟବସ୍ଥାରେ ରହିପାରିବେ ତେବେ ଗୁରୁତର ରୋଗୀଙ୍କୁ କୋଭିଡ୍ ହସପିଟାଲରେ ଚିକିତ୍ସା ଯୋଗାଇବା ସହଜ ହେବ । ଟେଷ୍ଟ ପରେ ସଂପୃକ୍ତ ରୋଗୀଙ୍କୁ ଘରେ ରହିବାକୁ ଅନୁମତି ମିଳିବ ତେବେ ଘରେ ପୃଥକବାସରେ ରହିବା ପାଇଁ ଅନେକ ସର୍ତ୍ତ ରଖିଛନ୍ତି ସରକାର ।

Leave A Reply

Your email address will not be published.