Latest Odisha News

କରୋନା ରୋଗୀଙ୍କୁ ମୋବାଇଲ ଧରିବା ମନା

ଉତ୍ତରପ୍ରଦେଶ: କରୋନା ରୋଗୀଙ୍କୁ ମୋବାଇଲ ଧରିବା ମନା । ସଂକ୍ରମିତ ବ୍ୟବହାର କରିପାରିବେନି ମୋବାଇଲ । ଉତ୍ତରପ୍ରଦେଶର କୋଭିଡ ହସ୍ପିଟାଲରେ ଜାରି ହୋଇଛି ଏଭଳି ନିଦ୍ଦେଶନାମା । ୟପିର ମେଡିକାଲ ଡିଜି କେ.କେ ଗୁପ୍ତା କହିଛନ୍ତି, କରୋନା ଆକ୍ରାନ୍ତମାନେ ମେଡିକାଲ ଭିତରେ ମୋବାଇଲ୍ ବ୍ୟବହାର କରିପାରବେ ନାହିଁ । ରାଜ୍ୟର ସବୁ ମେଡିକାଲ ଏବଂ ମେଡିକାଲ କଲେଜଗୁଡ଼ିକୁ ସେ ଏନେଇ ଚିଠି ଲେଖିଛନ୍ତି ।

ଏହି ନିର୍ଦ୍ଦେଶ ପରେ କୋଭିଡ୍ ହସ୍ପିଟାଲ ଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ପାଇଁ ମୋବାଇଲ ବ୍ୟବହାର ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଡିଜିଙ୍କ ଅନୁଯାୟୀ, ମୋବାଇଲ ଯୋଗୁଁ କରୋନା ସଂକ୍ରମଣ ଅଧିକ ମାତ୍ରାରେ ବ୍ୟାପିଥାଏ । ତେବେ ମେଡିକାଲ ଗୁଡ଼ିକରେ ନୂତନ ବ୍ୟବସ୍ଥା ଅନୁଯାୟୀ ଓ୍ୱାର୍ଡ ଇନ୍‌ଚାର୍ଜଙ୍କ ପାଖରେ ଦୁଇ ମୋବାଇଲ ଫୋନ୍ ରହିବ । ସେହି ମୋବାଇଲ ମାଧ୍ୟମରେ ରୋଗୀମାନେ ନିଜ ପରିଜନଙ୍କ ସହ ଆବଶ୍ୟକ ଥିଲେ କଥା ହେବ ।

ସେପଟେ ଏଭଳି ନିର୍ଦ୍ଦେଶନାମାକୁ ନେଇ ୟୁପିରେ ରାଜନୀତି ଆରମ୍ଭ ହୋଇଛି । ସାମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଏହାକୁ ନେଇ ୟୁପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ସଂକ୍ରମିତଙ୍କୁ ମୋବାଇଲ ବାରଣ କରିବା ସରକାରଙ୍କ ମିସ୍‌ମ୍ୟାନେଜମେଂଟ ଓ ଏହା ଦୁର୍ଭାଗ୍ୟପୂର୍ଣ୍ଣ ।

Leave A Reply

Your email address will not be published.