Latest Odisha News

BREAKING NEWS

ହଟ୍‌ସ୍ପଟ୍ ଜିଲ୍ଲାରୁ ଆସିଲେ ବସ୍ତିରେ ହୋମ୍ କ୍ୱାରେଂଟିନ୍ ମନା

ଭୁବନେଶ୍ୱର: ଏଣିକି ହଟ୍‌ସ୍ପଟ୍ ଜିଲ୍ଲାରୁ ଆସିଥିଲେ, ରାଜଧାନୀର ବସ୍ତିରେ ଆଉ ଗୃହ ସଂଗରୋଧରେ ରହି ହେବନି । ବାହାର ଜିଲ୍ଲାରୁ ଆସୁଥିବା ବ୍ୟକ୍ତିଙ୍କୁ ବାଧ୍ୟତାମୂଳକ ସରକାରୀ କ୍ୱାରେଂଟାଇନ୍‌ରେ ରଖିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି । ଭୁବନେଶ୍ୱରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ବିଏମ୍‌ସି ପକ୍ଷରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଭୁବନେଶ୍ୱରରେ କରୋନା ସ୍ଥିତିକୁ ନେଇ ବିଏମ୍‌ସି କମିଶନର ପ୍ରେସ୍‌ମିଟ୍‌ରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି, ରାଜଧାନୀରେ ବଢ଼ୁଥିବା କରୋନା ସଂକ୍ରମଣ ଉପରେ ନଜର ରଖାଯାଇଛି । ପ୍ରତି ୱାର୍ଡରେ ସଚେତକ କମିଟି ଗଠନ କରାଯାଇଛି । ପ୍ରତି କମିଟିରେ ୨୫ରୁ ଅଧିକ କର୍ମୀ ରହିଛନ୍ତି । ଏହି ସଚେତକ କମିଟି ନିଜ ନିଜ ୱାର୍ଡରେ କରୋନା ସ୍ଥିତି ଉପରେ ସରକାରଙ୍କୁ ତଥ୍ୟ ଦେଉଛନ୍ତି ।

ବିଶେଷ କରି ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଓ ଶିଶୁଙ୍କ ଉପରେ ଗୁରୁତ୍ୱ ଦିଆଯାଉଛି । ଘର ଘର ବୁଲି ସେମାନଙ୍କୁ ଚିହ୍ନଟ କରାଯାଉଛି । ବସ୍ତି ଅଂଚଳରେ ମଧ୍ୟ କମିଟି ଗଠନ କରାଯାଇଛି । ଭୁବନେଶ୍ୱରରେ କରୋନା ବଢ଼ିବାର ସମ୍ଭାବନା ରହିଥିବା ବେଳେ ସତର୍କ ରହିଲେ ସଂକ୍ରମଣକୁ ନିୟନ୍ତ୍ରଣ କରିହେବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.