Latest Odisha News

BREAKING NEWS

କରୋନା ଅପଡେଟ୍‌; ବିକ୍ରି ହେବ କି ଗୁଜରାଟର ଷ୍ଟାଚ୍ୟୁ ଅଫ୍ ୟୁନିଟି ?

ଗୁଜରାଟ: ୩୦ ହଜାର କୋଟି ଟଙ୍କାରେ ବିକ୍ରି ହେବ ଗୁଜରାଟର ଷ୍ଟାଚ୍ୟୁ ଅଫ୍ ୟୁନିଟି । ତେବେ ଏ କଥା ଆମେ କହୁନୁ ବରଂ ଗ୍ଲୋବାଲ୍ ଅନ୍‌ଲାଇନ୍ ମାର୍କଟ୍ OLX ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଆପାତକାଳୀନ ସ୍ଥିତି…ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ବିରାଟ ସ୍ମାରକକୁ ବିକ୍ରି କରାଯାଇ ସେହି ଅର୍ଥକୁ କରୋନା ମୁକାବିଲାରେ ହସ୍ପିଟାଲ ଓ ଚିକିତ୍ସା ପାଇଁ ବିନିଯୋଗ କରାଯିବ । କିଛି ଏପରି କ୍ୟାପ୍ସନ ଦିଆଯାଇ ଷ୍ଟାଚ୍ୟୁ ଅଫ ୟୁନିଟିକୁ ବିକ୍ରି କରିବା ପାଇଁ OLX ରେ କେହି ଅଜଣା ବ୍ୟକ୍ତି ବିଜ୍ଞାପନ ଦେଇଥିଲେ ।

PTI ରିପୋର୍ଟ ଅନୁଯାୟୀ ଏହି ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ କମ୍ପାନୀ ପକ୍ଷରୁ ତୁରନ୍ତ ଏହାକୁ ହଟାଇ ଦିଆଯାଇଥିଲା । ପରେ ଷ୍ଟାଚ୍ୟୁ ଅଫ୍ ୟୁନିଟିର ଅଧିକାରୀ ମାନେ ଏ ନେଇ ପୋଲିସରେ ଏତଲା ଦେବା ପରେ ଅଭିଯୁକ୍ତକୁ ଧରିବା ଲାଗି ଧରପଗଡ ଆରମ୍ଭ କରିଛି ପୋଲିସ ।

ଅକ୍ଟୋବର ୩୧, ୨୦୧୮ରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଉଦଘାଟିତ ହୋଇଥିଲାବେଳେ କୋଭିଡ୍‌-୧୯ ମହାମାରୀ ପାଇଁ ମାର୍ଚ୍ଚ ୧୭ରୁ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି ।

Leave A Reply

Your email address will not be published.