Latest Odisha News

BREAKING NEWS

ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ୧୪ଟି ଗ୍ରାମରେ ଅନୁଷ୍ଠିତ ହେଲା କରୋନା ସଚେତନତା କାର୍ଯ୍ୟକ୍ରମ

ଲାଞ୍ଜିଗଡ଼: କରୋନା ଭୂତାଣୁ ସଂକ୍ରମଣ ନେଇ ସମଗ୍ର ବିଶ୍ୱରେ ଆତଙ୍କ ଦେଖାଦେଇଥିବା ବେଳେ ଏହାର ମୁକାବିଲା ନେଇ ଲାଞ୍ଜିଗଡ଼ରେ ବେଦାନ୍ତ ପ୍ରକଳ୍ପ ଜନ ସଚେତନତା ଅଭିଯାନ ଜାରି ରଖିଛି, ଯାହାଦ୍ୱାରା ଅଞ୍ଚଳବାସୀ ଏନେଇ ସଚେତନ ହୋଇପାରିବେ ଏବଂ ମହାମାରୀ କବଳରୁ ସୁରକ୍ଷିତ ରହିପାରିବେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, କୋଭିଡ-୧୯ର ପ୍ରକୋପକୁ ବ୍ୟାପକ ମହାମାରୀ ଘୋଷଣା କରିବା ସହ ରାଜ୍ୟ ଏବଂ ଭାରତ ସରକାର ଏହାର ପ୍ରାଦୁର୍ଭାବକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏନେଇ ବେଦାନ୍ତ ମଧ୍ୟ ଅଞ୍ଚଳରେ ଲୋକଙ୍କ ପାଖରେ ବିଭିନ୍ନ ମାଧ୍ୟମରେ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ଅନେକ କାର୍ଯ୍ୟକ୍ରମ ଜାରି ରଖିଛି ।

ବେଦାନ୍ତ ଲାଞ୍ଜିଗଡ଼ର ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନ ଏହି ଅବସରରେ କହିଛନ୍ତି, ସାମ୍ପ୍ରତିକ ପରିସ୍ଥିତିରେ ସମସ୍ତେ ସଚେତନ ରହିବା ସହ ଜୀବନଚର୍ଯ୍ୟାରେ ସ୍ୱଚ୍ଛତା ତଥା ପରିଚ୍ଛନ୍ନତାକୁ ପ୍ରାଧାନ୍ୟ ଦେବାକୁ ହେବ ।

ଏହି ଅଭିଯାନ ଆନୁକୂଲ୍ୟରେ ବେଦାନ୍ତ ସ୍ୱାସ୍ଥ୍ୟ ସଚେତନତା ଦତଳ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର (ଏମଏଚୟୁ) ଏବଂ ମେଡ଼ିକାଲ୍ ଟିମ୍ ସହିତ ଗ୍ରାମକୁ ଯାଇ ଲୋକଙ୍କୁ ଭୟଭିତ ନହୋଇ ନିଜର ସ୍ୱଚ୍ଛତା ତଥା ପରିଚ୍ଛନ୍ନତା ଉପରେ ବିଶେଷ ଦୃଷ୍ଟି ଦେବା ସହିତ ସୁଷମ ଖାଦ୍ୟ ଖାଇବାପାଇଁ ବୁଝାଉଛନ୍ତି । ସରକାରୀ ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପାମ୍ପଲେଟ୍ ବଣ୍ଟନ କରାଯାଉଛି ।

ଏଠାରେ ସୂଚନାଯୋଗ୍ୟ, ବେଦାନ୍ତ ଲାଞ୍ଜିଗଡ଼ ତଥା ପାଖ ଅଞ୍ଚଳରେ ‘ପ୍ରୋଜେକ୍ଟ ଆରୋଗ୍ୟ’ ମାଧ୍ୟମରେ ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେଉଥିବା ବେଳେ ସୁସ୍ଥ ଜୀବନଯାପନ ପାଇଁ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିଆସୁଛି ।

Leave A Reply

Your email address will not be published.