Latest Odisha News

BREAKING NEWS

ବଜେଟ୍ ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କୋଭିଡ୍ ଟେଷ୍ଟ

ଭୁବନେଶ୍ବର : ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କୋଭିଡ୍ ଟେଷ୍ଟ । ଆସନ୍ତା ଫେବ୍ରୁଆରି ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବିଧାନସଭା ପରିସରରେ କୋଭିଡ ଟେଷ୍ଟ କରାଯିବ । ଏହି ଟେଷ୍ଟରେ ବିଧାୟକମାନଙ୍କ ସହିତ ସେମାନଙ୍କ ସୁରକ୍ଷାକର୍ମୀ, ଡ୍ରାଇଭରମାନେ ବି ସାମିଲ ହେବେ ।

ଆସନ୍ତା ୧୮ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ବସିବାକୁ ଯାଉଛି । ଏହାପୂର୍ବରୁ କୋଭିଡ୍ ସଚେତନତା ପୂର୍ବକ କରୋନା ଟେଷ୍ଟ ହେବ । ୧୫ ଓ ୧୬ ତାରିଖ ସକାଳ ସାଢ଼େ ୮ଟାରୁ ସାଢ଼େ ୧ଟା ଓ ଅପରାହ୍ଣ ୩ଟାରୁ ୫ଟା ଯାଏଁ କୋଭିଡ୍ ଟେଷ୍ଟ ହେବ । ସେହିଭଳି ୧୭ ତାରିଖରେ ସାଢ଼ ୮ଟାରୁ ସାଢ଼େ ୧ଟା ଯାଏଁ ବିଧାୟକମାନଙ୍କର କୋଭିଡ୍ ଟେଷ୍ଟ ହେବ ।

ଅନ୍ୟପଟେ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଯଦି କୌଣସି ସଦସ୍ୟ ଅସୁସ୍ଥତା ଅନୁଭବ କରନ୍ତି, ତେବେ ସେମାନଙ୍କ ଚିକିତ୍ସା କରାଯିବା ସହିତ ଆଣ୍ଟିଜେନ୍ ଟେଷ୍ଟ କରାଯିବ। ଅଧିବେଶନ ପୂର୍ବରୁ ସବୁ ସଦସ୍ୟଙ୍କୁ ଫେସ ସିଲ୍ଡ, ମାସ୍କ, ଗ୍ଲୋବସ ଓ ସାନିଟାଇଜର ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସୂଚନା ଦେଇଛନ୍ତି । ଏହାସହ ସଚିବାଳୟର ସମସ୍ତ କର୍ମଚାରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ, ମନ୍ତ୍ରୀ, ବିରୋଧୀ ଦଳର ନେତାଙ୍କର ମଧ୍ୟ କୋଭିଡ୍ ଟେଷ୍ଟ କରାଯିବ ।

Comments are closed.