Latest Odisha News

BREAKING NEWS

ଶିଘ୍ର ଆସୁଛି ଘାତକ କରୋନା ଭାଇରସ ଔଷଧ; ଗବେଷଣା କରୁଛନ୍ତି ଅଷ୍ଟ୍ରେଲୀୟ ବୈଜ୍ଞାନିକ !

ମେଲବୋର୍ଣ୍ଣ: ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଥିବା ଘାତକ କରୋନା ଭାଇରସ ସମ୍ପର୍କରେ ଏକ ସକାରାତ୍ମକ ଖବର ଶୁଣିବାକୁ ମିଳୁଛି । ଅଷ୍ଟ୍ରେଲିୟାର ବୈଜ୍ଞାନିକମାନେ କରୋନା ଭାଇରସ ବିରୁଦ୍ଧରେ କରୁଥିବା ଲଢ଼େଇରେ ଏକ ବଡ ଆଶାର ସଂଚାର ହୋଇଥିବା ଦାବି କରିଛନ୍ତି । ବୈଜ୍ଞାନିକଙ୍କ କହିବାନୁସାରେ, ସେମାନେ ଚୀନ ଦେଶ ବାହାରେ ଏକ ନମୂନା ବିକସିତ କରିଛନ୍ତି । ଯେଉଁଥିରୁ ଅତିଶୀଘ୍ର କରୋନା ଭାଇରସ ପାଇଁ ଚିକିତ୍ସାର ବିକାଶ କରାଯାଇପାରିବ ।

Coronavirus.

ମେଲବର୍ଣ୍ଣର ‘ଦ ଡୋହର୍ଟି’ ସଂସ୍ଥାର ଖବର ମୁତାବକ, ଜଣେ ରୋଗୀର ରକ୍ତ କଣିକା ଯାଂଚ ସମୟରେ କରୋନା ଭାଇରସର ନମୂନା ବିକସିତ କରାଯାଇଛି । ପ୍ରଥମ ଥର ଚୀନ ଦେଶ ବାହାରେ ବିକସିତ କରାଯାଇଥିବା ଏହି ଭାଇରସ ବିଷୟରେ ବିସ୍ତୃତ ବିବରଣୀ ଅତିଶୀଘ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ପଠାଯିବ ।

ସୂଚନାଯୋଗ୍ୟ, ଚୀନରେ କରୋନା ଭାଇରସର ପ୍ରକୋପ ଭୟାବହ । ଶ୍ୱାସ ସହିତ ଜଡିତ ଏହି ରୋଗ ଦ୍ୱାରା ଚୀନରେ ଏପର‌୍ୟ୍ୟନ୍ତ ୧୩୨ ଲୋକଙ୍କ ମୃତ୍ୟୁ ହୋଇସାରିଛି । ପାଖାପାଖି ୬ହଜାର ଲୋକ ଏଥିରେ ସଂକ୍ରମିତ ଅଛନ୍ତି ।

Comments are closed.