Latest Odisha News

BREAKING NEWS

କରୋନା ଭାଇରସ: ୨୪୬୨ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ବୋଲ ମାନୁନି ମାରାତ୍ମକ କରୋନା ଭାଇରସ । ଏହି ମାରାତ୍ମକ ଭାଇରସ ପ୍ରଭାବରେ ଚୀନରେ ଗଲାଣି ୨୩୪୫ ଜୀବନ । ଚୀନ ପରେ ଦକ୍ଷିଣ କୋରିଆ ଏହି ଭାଇରସରେ ଅଧିକ ସଂକ୍ରମିତ ହୋଇଥିବା ଦେଶ । ଏଠାରେ ୪୩୩ ଜଣ ଲୋକ କରୋନା ଭାଇରସରେ ସଂକ୍ରମଣର ଶିକାର ହୋଇଥିବା ଜଣାଯାଇଛି ।
ଏହାର ପ୍ରଭାବରେ ଇସ୍ରାଏଲ ଓ ଲିବାନନରେ ମଧ୍ୟ ଜଣେ ଲେଖାଏଁ ଲୋକଙ୍କର ମ୍ୟତ୍ୟୁ ହୋଇଛି ।

BjdElectrycity

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ୯୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୩୯୭ ଜଣ ବ୍ୟକ୍ତି ନୂଆ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଛି । କରୋନା ଭାଇରସ ଯୋଗୁଁ ମୋଟ ୭୮ ହଜାର ୭୭୦ ଜଣ ସଂକ୍ରମଣର ଶିକାର ହୋଇଛଥିବା ସୂଚନା ଦେଇଛନ୍ତି ଚୀନ ସରକାର ।

କରୋନା ଭାଇସରରେ ୮ ଜଣ ମେଡିକାଲ ପ୍ରଫେସରଙ୍କ ମୃତ୍ୟୁ ହୋଇଥିଲା ବେଳେ ୧୭୦୦ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଛନ୍ତି ।

ଚୀନର ରାଷ୍ଟ୍ରପତି ଦେଇଥିବା ସୁଚନା ଅନୁସାରେ, ଏହି ମାରାତ୍ମକ ଭାଇରସର ମୁକବିଲ ପାଇଁ ୨୦, ୦୦୦ ଡାକ୍ତରୀ ଦଳ ଚେଷ୍ଟା ଜାରି ରଖିଛନ୍ତି ।

ଚୀନରେ କରୋନା ଭାଇରସର ପ୍ରଭାବ ଜାରି ରହିଥିବା ବେଳେ ସମଗ୍ର ବିଶ୍ୱରେ କରୋନା ଭାଇରସ ଯୋଗୁଁ ୨ ହଜାର ୪୬୨ ଜଣଙ୍କ ମୃତ୍ୟୁ ହୋଇଛି । ଚୀନ ବ୍ୟତୀତ ଅନ୍ୟ ଦେଶରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ପ୍ରକାଶ ।

Leave A Reply

Your email address will not be published.