Latest Odisha News

BREAKING NEWS

କରୋନା ଭାଇରସରେ ପ୍ରଭାବିତ ଭାରତୀୟ ଉଦ୍ୟୋଗ: ସୀତାରମଣ

ନୂଆଦିଲ୍ଲୀ: ସରକାର ଜଲ୍ଦି ଘରୋଇ ଉଦ୍ୟୋଗ ଉପରେ କରୋନା ଭାଇରସ ର ପ୍ରଭାବ ରୁ ଉପାୟ ଘୋଷଣା କରିବେ | ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦିନ ଏହା କହିଛନ୍ତି | ସେ ଭାଇରସ ର ଭୟାନକ ପ୍ରଭାବ ର ସ୍ଥିତି ର ସମୀକ୍ଷା କରିବା ପାଇଁ ଉଦ୍ୟୋଗ ପ୍ରତିନିଧି ମାନଙ୍କ ସହ ଭେଟିଛନ୍ତି | ସୀତାରମଣ କହିଲେ ଯେ, ସେ କାଲି ବିଭିନ୍ନ ମନ୍ତ୍ରାଳୟ ର ସଚିବ ମାନଙ୍କ ସହ ବୈଠକ କରିବେ ଓ ପରେ ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରୁ ପରାମର୍ଶ ନେଇ ସ୍ଥିତି କୁ ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ନେଵାର ଘୋଷଣା କରିବେ | ସେ କହିଲେ ଯେ କରୋନା ଭାଇରସ ର କାରଣ ପାଇଁ ଏବେ ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି ସମ୍ପର୍କରେ କୌଣସି ଚିନ୍ତା କରିବାର ନାହିଁ | ସେ କହିଲେ ଯେ ମେକ ଇନ ଇଣ୍ଡିଆ ଅନ୍ତର୍ଗତ କୋଭିଡ-୧୯ ର ପ୍ରକୋପର ପ୍ରଭାବ ସମ୍ପର୍କରେ କହିବା ଜଲ୍ଦବାଜି ହେବ |

ମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ଇଣ୍ଡଷ୍ଟ୍ରିଜ ଲୋକମାନେ ଦରରେ ବଢିବାର କୌଣସି ଡର ଦେଖାଯାଇନାହିଁ , ଏବେ ପର୍ଯ୍ୟନ୍ତ କୌଣସି ରିପୋର୍ଟ ର ସୂଚନା ମିଳିନାହିଁ | ବର୍ତ୍ତମାନ ଯୋଗାଣ ରେ କିଛି ବ୍ୟବଧାନ ରହିପାରେ ଓ ଔଷଧ, ସୌରଶକ୍ତି ଓ ରାସାୟନିକ ଉଦ୍ୟୋଗ ପ୍ରତିନିଧି ମାନେ ଚିନ୍ତାବ୍ୟକ୍ତ କରିଛନ୍ତି |

ଚୀନ ର ଏହି କରୋନା ଭାଇରସ ର କାରଣ ଗ୍ଲୋବାଲ ସପ୍ଲାୟ ଚେନ ବହୁତ ପ୍ରଭାବିତ ହୋଇଛି | ଭାରତୀୟ ବଜାର ରେ ଯେତେବି ଇଣ୍ଡଷ୍ଟ୍ରିଜ ଚୀନର ଜିନିଷ ଉପରେ ନିର୍ଭରଶୀଳ, ସେମାନଙ୍କ ଉପରେ ଏହି ପ୍ରଭାବ ଦେଖାଯାଇଛି | ସୂଚନାଯୋଗ୍ୟ ଯେ କରୋନା ଭାଇରସ ରେ ଏବେ ପର୍ଯ୍ୟନ୍ତ ୧୮୦୦ ରୁ ଅଧିକ ଲୋକ ମୁତ୍ଯୁ ହୋଇଥିବାବେଳେ, ବିଶ୍ୱରେ ୬୫୦୦୦ ଲୋକ ପୀଡିତ ହୋଇଛନ୍ତି ବୋଲି କୁହାଯାଉଛି |

Leave A Reply

Your email address will not be published.