Latest Odisha News

କେରଳରେ ଦ୍ୱିତୀୟ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ ଜାରି ରହିଛି କରୋନା ଆତଙ୍କ । କେରଳରେ ଆଉ ଜଣେ ଘାତକ କରୋନା ଭାଇରସରେ ଆକ୍ରାନ୍ତ ରୋଗୀ ଚିହ୍ନଟ କରାଯାଇଛି ।

ଏନେଇ ରବିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି । କେରଳରେ କିଛି ଦିନ ପୂର୍ବରୁ ଭାରତର ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ କରାଯାଇଥିଲା ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କରୋନା ଆକ୍ରାନ୍ତ ରୋଗୀ ଜଣକ ଚୀନ ଯାଇଥିଲେ । ସେ ଜାନୁଆରୀ ୨୪ରେ ଚୀନରୁ ଫେରିଥିଲେ । ଚୀନରୁ ଫେରିବା ପରେ ସେ ଭାଇରସରେ ପୀଡିତ ଥିବା ଜଣାପଡିଛି । ତାଙ୍କୁ ହସ୍ପିଟାଲରେ ଆଇସୋଲେସନ ରୁମରେ ରଖାଯାଇଛି । ବର୍ତ୍ତମାନ ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି ଓ ଡାକ୍ତରମାନେ ତାଙ୍କୁ ଅନୁଧ୍ୟାନ କରୁଛନ୍ତି।

ଗୁରୁବାର ଦିନ ଉହାନରୁ ଆସିଥିବା ଜଣେ ମେଡିକାଲ ଛାତ୍ରୀଙ୍କ ଠାରେ କରୋନା ଭାଇରସ ଥିବା ଜଣାପଡିଥିଲା । ସେ ତ୍ରିଶୁର ହସ୍ପିଟାଲରେ ଗଳା ସଂକ୍ରମଣର ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା କେରଳ ସରକାର କହିଛନ୍ତି ।

ସୂଚନା ମୁତାବକ, କେରଳରେ ପାଖାପାଖି ୧୭୯୩ ଲୋକଙ୍କ ଉପରେ ନଜର ରଖାଯାଇଛି । ଏପଟେ ପୁଣି ଥରେ ଚୀନର ଉହାନରୁ ଦ୍ୱିତୀୟ ବ୍ୟାଚ ଭାରତୀୟଙ୍କୁ ଅଣାଯାଇଛି । ୩୨୩ ଜଣ ଭାରତୀୟଙ୍କ ସମେତ ୭ଜଣ ମାଳଦ୍ୱୀପ ନାଗରିକ ମଧ୍ୟ ଦିଲ୍ଲୀ ଫେରିଛନ୍ତି ।

କରୋନା ଭାଇରସକୁ ନେଇ ଚୀନର ହାହାକାର ଲାଗିରହିଛି । କରୋନ ମୃତ୍ୟୁ ସଂଖ୍ୟା ବଢ଼ି ୩୦୪ ହୋଇଗଲାଣି ଏବଂ ଏହାଦ୍ୱାରା ୧୪,୩୮୦ ଜଣ ଲୋକ ସଂକ୍ରମିତ ଅଛନ୍ତି ।

Leave A Reply

Your email address will not be published.