Latest Odisha News

ଚୀନରେ ବଢୁଛି କୋଭିଡ ମୃତ୍ୟୁସଂଖ୍ୟା: ଶ୍ମଶାନରେ ମିଳୁନି ଜାଗା

ବେଜିଂ: ପୁଣି ଚୀନରେ ହାହାକାର ପରିସ୍ଥିତି । କାୟା ବିସ୍ତାର କରିଚାଲିଛି କରୋନା । ବଢିଚାଲିଛି ମୃତ୍ୟୁ ସଂଖ୍ୟା  । ନିୟନ୍ତ୍ରଣକୁ ଆସିପାରୁନି । ଭୟରେ ଲୋକ ଘରୁ ବାହାରୁ ନାହାନ୍ତି ।  ରାସ୍ତାଘାଟ ଶୂନ୍‌ଶାନ ହୋଇପଡିଛି । ଦେଶରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଥିଲା । ହେଲେ ଲୋକଙ୍କ ପ୍ରତିବାଦ ପରେ ଏହାକୁ ହଟାଇ ଦିଆଯାଇଥିଲା ।  କଟକଣା ହଟିବା ପରେ କାୟା ବିସ୍ତାର କରିଛି କରୋନା। ଚୀନ୍‌ର ଅନେକ ସହରରେ ଦେଖିବାକୁ ମିଳିଛି ଏଭଳି  ସ୍ଥିତି । ଏପରି ସ୍ଥିତିରେ ଶୀତଦିନରେ କୋଭିଡ ସଂକ୍ରମଣ ଶୀର୍ଷରେ ପହଞ୍ଚିବ ଏବଂ ତିନୋଟି ଲହର ଦେଖାଦେବ ବୋଲି ଚେତାବନୀ ଦେଇଛନ୍ତି ଚୀନର ଜଣେ ସ୍ୱାସ୍ଥ୍ୟ ଅଧିକାରୀ ।

BBC ରିପୋର୍ଟ ଅନୁଯାୟୀ, ରବିବାର ଚୀନରେ  ୨,୦୯୭  ନୂଆ ମାମଲା ସାମ୍ନାକୁ ଆସିଥିଲା । ଜାନୁଆରୀ ଅଧାଯାଏ ଏପରି ସ୍ଥିତି ଲାଗି ରହିବ ବୋଲି ଆକଳନ କରାଯାଇଛି । କିନ୍ତୁ ୨ୟ ଲହରୀ ଜାନୁଆରୀ ଶେଷ ବେଳକୁ ଯିବାର ସମ୍ଭାବନା ରହିଛି । ରିପୋର୍ଟ ଅନୁଯାୟୀ, ପ୍ରଥମ ଲହର ଖ୍ରୀଷ୍ଟମାସ ପରେ ଆସିବ । ଦ୍ୱିତୀୟ ଲହର ନୂଆ ବର୍ଷ ଓ ତୃତୀୟଟି ଲୁନାର୍ ନ୍ୟୁ ଇୟର ପରେ ଆସିବ।

ଚୀନରେ ଓମିକ୍ରନ ଭାରିଏଣ୍ଟ ଦ୍ରୁତ ଗତିରେ ମାଡିଚାଲିଛି ।  ହସ୍ପିଟାଲଗୁଡିକରେ ମାଳ ମାଳ  ସଂକ୍ରମିତ ।  ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି। ଫଳରେ ଶ୍ମଶାନରେ ଲୋକଙ୍କର ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ବେଜିଂର ସବୁଠୁ ବଡ ଶ୍ମଶାନ ବାବୋଶାନ୍‌ରେ ସ୍ଥିତି ହିଁ କହୁଛି କୋଭିଡ ସ୍ଥିତି କେମିତି ଅଛି । ଏଠାରେ ଦିନ ରାତି ଜଳୁଛି ନିଆଁ। ଏପରକି ଏଠାରେ ପାର୍କିଂ ପାଇଁ ବି ସ୍ଥାନ ନାହିଁ ।   ଆଗୁଆ ବୁକିଂନ କଲେ ଜାଗା ମିଳୂୁନି । ଆଉ ବୁକିଂ  କରିବା ବି ମୁସକିଲ ହୋଇପଡିଛି ବୋଲି ଏଠିକାର ଜଣେ କର୍ମଚାରୀ କହିଛନ୍ତି । ଯାହା ବି ହେଉ  ସଂକ୍ରମଣରେ ତୁରନ୍ତ  ରୋକ ନ ଲାଗିଲେ ଆଗକୁ ଏହା ବିସ୍ଫୋରକ ରୂପ ନେବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଚେତାବନୀ ଦେଇଛନ୍ତି ।

ଅନ୍ୟପକ୍ଷେ ଚୀନ ସରକାର ଦାବି କରୁଛନ୍ତି , ୯୦ ପ୍ରତିଶତରୁ ଅଧିକ ଲୋକ ଦେଶରେ ଭାକ୍ସିନେଟେଡ ହୋଇଛନ୍ତି ।

Leave A Reply

Your email address will not be published.