Latest Odisha News

BREAKING NEWS

ସ୍ୱର ଦ୍ୱାରା ଗୁଗଲରେ ଟ୍ରାଞ୍ଜାକସନ୍ ଡାଟା ଖୋଜିବା ହେବା ସହଜ

ନୂଆଦିଲ୍ଲୀ : ସ୍ୱର ଦ୍ୱାରା ଗୁଗଲରେ ଟ୍ରାଞ୍ଜାକସନ୍ ଡାଟା ଖୋଜିବା ହେବା ସହଜ  । ଗୁଗୁଲ ଫାଇଲ୍ସରେ ମିଳିବ ଡିଜିଲକର୍ ସୁବିଧା । ଗୁଗଲ୍ ଫର୍ ଇଣ୍ଡିଆର ଅଷ୍ଟମ ଏଡିସନ୍ ଆଜି ନୂଆଦିଲ୍ଲୀରେ ହୋଇଛି । ଏହି ଇଭେଣ୍ଟରେ ସାମିଲ ହୋଇଛନ୍ତି ଗୁଗଲ ସିଇଓ ସୁନ୍ଦର ପିଚାଇ । ଗୁଗଲ୍ ନିଜର ଫାଇଲ୍ସ ଆପ୍ ରେ ଡିଜିଲକର ଓ ଗୁଗଲ ପେ’ ର ନୂଆ ‘ଟ୍ରାଞ୍ଜାକ୍ସନ୍ ସର୍ଚ୍ଚ’ ଫିଚର୍ ଆଦି ଘୋଷଣା କରିଛନ୍ତି ।ସୁନ୍ଦର ପିଚାଇ କହିଛନ୍ତିଯେ ୟୁପିଆଇ ଷ୍ଟ୍ୟାକ ଆଧାରରେ ଭାରତରେ ଗୁଗଲ-ପେ ପ୍ରସ୍ତୁତ ହୋଇଛି ଓ ଏହାକୁ ଏବେ ସାରା ବିଶ୍ୱକୁ ଦିଆଯିବ । ହଜାରରୁ ବେଶୀ ଭାଷା ସମ୍ପର୍କରେ ତଥ୍ୟ ଦେବା ଉପରେ AI (Artificial Intelligence) ମଡେଲ ପ୍ରସ୍ତୁତି ସମ୍ପର୍କରେ ସେ ସୂଚନା ଦେଇଛନ୍ତି । ଗତ ୫ ବର୍ଷରେ ପ୍ରଥମ ଥର ପାଇଁ ଭାରତ ଆସିଛନ୍ତି ସୁନ୍ଦର ପିଚାଇ ।

ଗୁଗଲ ଫାଇଲ୍ସରେ ଡିଜିଟାଲ ଲକର ଉପଲବ୍ଧ

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବି ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘AI ବହୁ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ’ । ଗୁଗଲ୍ ଏହି ଇଭେଣ୍ଟରେ ଆଣ୍ଡ୍ରଏଡ୍ ଫୋନ ୟୁଜରଙ୍କ ପାଇଁ ନୂଆ ସୁବିଧା ଘୋଷଣା କରିଛି । ଏହା ଅନୁସାରେ, ୟୁଜର ଗୁଗଲ ଫାଇଲ୍ସ ଆପ ଜରିଆରେ ଡିଜିଲକର୍ ବ୍ୟବହାର କରିପାରିବେ । ଡିଜିଲକର ଏକପ୍ରକାର ଭର୍ଚୁଆଲ ଲକର୍ । ଏଥିରେ ସବୁ ଜରୁରୀ ଦସ୍ତାବିଜକୁ ପେପରଲେସ୍ ଫର୍ମାଟରେ ଡିଜିଟାଲ ଉପାୟରେ ଷ୍ଟୋର କରିହେବ । ଡିଜିସକରରେ ରହିଥିବା ସବୁ ଡକ୍ୟୁମେଣ୍ଟ ସମ୍ପୂର୍ଣ୍ଣ ଭାବେ ଗ୍ରହଣୀୟ ଅଟେ ।

ଗୁଗଲ-ପେ’ର ନୂଆ ଟ୍ରାଞ୍ଜାକ୍ସନ ସର୍ଚ୍ଚ ଫିଚର୍

ଗୁଗଲ-ପେ ନୂଆ ‘ଟ୍ରାଞ୍ଜାକ୍ସନ ସର୍ଚ୍ଚ’ ଫିଚର୍ ଲଞ୍ଚ କରିଛି । ଏହି ଫିଚର ଯୋଗେ ଭଏସ୍ ଜରିଆରେ ୟୁଜର ନିଜ ଟ୍ରାଞ୍ଜାକସନ୍ ସମ୍ପର୍କରେ ଜାଣିପାରିବେ । ସନ୍ଦିଗ୍ଧ ଟ୍ରାଞ୍ଜାକସନ୍ ପାଇଁ ଗୁଗଲ ପେ ଏବେ ଅଧିକ ସିକ୍ୟୁରିଟି ଆଲର୍ଟ ଓ ସୂଚନା ଦେଖାଇବ । ଏହା ML ଆଲଗରିଦମ୍ ବ୍ୟବହାର କରେ । ଆଞ୍ଚଳିକ ଭାଷାରେ ଗୁଗଲ୍ ଆଲର୍ଟ ମେସେଜ୍ ଦେବ ।

Leave A Reply

Your email address will not be published.