Latest Odisha News

BREAKING NEWS

ଓଡିଶାରେ କରୋନା ସତର୍କତା; ବନ୍ଦ ହେଲା ସମସ୍ତ ଶାଖା ଡାକଘର

ଭୁବନେଶ୍ୱର: କରୋନାଭାଇରସ୍ ବିରୋଧରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଆସନ୍ତା ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶାଖା ଡାକଘର ବନ୍ଦ କରିବାକୁ ଯୋଗାଯୋଗ ମନ୍ତ୍ରଣାଳୟର ଡାକ ବିଭାଗ ନିଷ୍ପତ୍ତି ନେଇଛି।

ସୂଚନାନୁଯାୟୀ ବିମାନ ଏବଂ ଟ୍ରେନ୍ ସେବା ସ୍ଥଗିତ ରହିବା ଏବଂ ଓଡିଶାରେ ଲକଡାଉନ୍ ଘୋଷଣା କରାଯିବା ପରେ ରାଜ୍ୟରେ ଡାକ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଛି।

ଏନେଇ ଡାକ ବିଭାଗ ପକ୍ଷରୁ କୁହାଯାଇଛି, ବି ଏବଂ ସି ବର୍ଗର ଶାଖା ଡାକଘର ବନ୍ଦ ରହିବ ଏବଂ ମୁଖ୍ୟ କାର୍ଯ୍ୟାଳୟ ଏବଂ ବୃହତ ଶାଖା ଗୁଡିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ଯଦିଓ ରେଳବାଇ ମେଲ ସେବା (ଆରଏମଏସ) ଡାକଘରଗୁଡ଼ିକ ମଧ୍ୟ ବନ୍ଦ ରହିବ, ତେବେ ଜରୁରୀକାଳୀନ କାର‌୍ୟ୍ୟ ପାଇଁ ଦୁଇଜଣ କର୍ମଚାରୀ ଦାୟିତ୍ୱରେ ରହିବେ।

ବୈଦେଶିକ ଡାକ କାର୍ଯ୍ୟାଳୟ (ଏଫପିଓ), ମୁଖ୍ୟ ଡାକଘରର ନୋଡାଲ ବିତରଣ କେନ୍ଦ୍ର (ଏନଡିସି) ଏବଂ ରାତ୍ର ଡାକଘର (ଏନପିଓ) ମଧ୍ୟ ବନ୍ଦ ରହିବ ବୋଲି ଡାକ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.