ବେଜିଂ: ଚୀନ୍ରେ ଦିନକୁ ଦିନ ମାରାତ୍ମାକ ଭୂତାଣୁ କରୋନା କାୟା ବିସ୍ତାର କରୁଛି । ଫଳରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ଭାଇରସ ଏବେ ଚୀନ୍ ସମେତ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି । ତେବେ ଚୀନ୍ରେ ଏହାକୁ ନେଇ ଏକ ରୋଚକ ସ୍ଥିତି ସାମ୍ନାକୁ ଆସିଛି । ମାରାତ୍ମକ ଭୂତାଣୁ ଯୋଗୁଁ ବିବାହ କାର୍ଯ୍ୟକୁ ବନ୍ଦ କରାଯାଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସଂକ୍ରମଣକୁ ବିଶ୍ୱ ଜନସ୍ୱାସ୍ଥ୍ୟ ସଙ୍କଟ(ହେଲ୍ଥ ଏମରଜେନ୍ସି) ବୋଲି ଘୋଷଣା କରିସାରିଛି । ତେବେ ଏହାରି ଭିତରେ ଚୀନ୍ ସରକାର କରୋନା ପାଇଁ ବିବାହ ଆଦି ଶୁଭକାର୍ଯ୍ୟ ଉପରେ ସାମୟିକ ଭାବେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଚୀନ୍ରେ ସମସ୍ତ ଶୁଭକାମ ଅଟକି ଯାଇଛି । କେବଳ ସେତିକି ନୁହେଁ ଅନ୍ତିମ ସଂସ୍କାର କାମକୁ ମଧ୍ୟ ଶୀଘ୍ର ସାରିବାକୁ ଅପିଲ କରାଯାଇଛି । ଏଥିସହ ଗୋଟିଏ ସ୍ଥାନରେ ଅଧିକ ଲୋକେ ଠୁଳ ନହେବାକୁ ମଧ୍ୟ ଚୀନ୍ ସରକାର ନିବେଦନ କରିଛନ୍ତି ।
ଆଜି ଚଳିତ ବର୍ଷର ଏକ ବିରଳ ଦିନ ଥିଲା । ତାରିଖ୨ ମାସ ୨ ଏବଂ ବର୍ଷ ୨ ହଜାର ୨୦ । ତେଣୁ ସଂଖ୍ୟା ଦୃଷ୍ଟିରୁ ଏଭଳି ବିରଳ ଦିନରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଏବଂ ନିଜ ବିବାହ ତାରିଖକୁ ସ୍ମୃତିମୟ କରିବା ପାଇଁ ଚୀନ୍ରେ ହଜାର ହଜାର ଲୋକେ ବିବାହ ପାଇଁ ପଂଜିକରଣ କରିଥିଲେ । ତେବେ ମହାମାରିର ରୂପ ନେଇଥିବା କରୋନା ଭୂତାଣୁ ଲାଗି ସରକାର ବିବହ ପଂଜିକରଣ ସେବାକୁ ଅସ୍ଥାୟୀ ରୂପେ ବନ୍ଦ କରିଦେଇଛନ୍ତି । କିଛି ଦିନ ପାଇଁ ବିବାହ କାର୍ଯ୍ୟ ଉପରେ ରୋକ ଲାଗଇଛନ୍ତି ।
BREAKING NEWS
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
- ଆଉ ଜଣେ ଠକ ଡାକ୍ତର ଗିରଫ; ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକେଇ
- ଘରେ ଅଗ୍ନିକାଣ୍ଡ ଘଟି ତିନି ଜଣ ଶିଶୁଙ୍କ ସମେତ ୬ଜଣ ଜୀବନ୍ତ ଦଗ୍ଧ
- ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଆମେରିକାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଭାରତ
- ସାଉଦି ଆରବର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପରଲୋକ, ୧୧୦ ବର୍ଷରେ ହୋଇଥିଲେ ବାପା
- ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ବିଜେଡିରୁ ନିଲମ୍ବିତ
- ନୂତନ ବିଧାନସଭା ଏବଂ ଲୋକସେବା ଭବନ ନିର୍ମାଣର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଲା ବିଜେଡି
- Nipah Virus: ଓଡ଼ିଶାକୁ ନାହିଁ ନିପା ଭୟ, ରୋଗୀ ଚିହ୍ନଟ ହୋଇନାହାନ୍ତି: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
- ଜାନୁଆରୀ ୧୭ ଯାଏଁ ଥରିବ ଓଡ଼ିଶା…
Comments are closed.