Latest Odisha News

BREAKING NEWS

କରୋନା ଆତଙ୍କ; ଗୁଗୁଲ୍ ବେଙ୍ଗାଲୁରୁ ଅଫିସରେ କର୍ମଚାରୀ କରୋନା ପଜିଟିଭ୍ !

ବେଙ୍ଗାଲୁରୁ: ସମଗ୍ର ବିଶ୍ୱରେ କରୋନା ନଭେଲ୍ କୋଭିଡ଼ – ୧୯ ଭାଇରସ୍ ଆତଙ୍କ ରଚିଚାଲିଥିବା ବେଳେ ଏବେ ଭାରତରେ ଏହି ଭୂତାଣୁ ଦ୍ରୁତ ଗତିରେ କାୟା ବିସ୍ତାର କରିବାରେ ଲାଗିଛି । ଦେଶର ଅଧିକାଂଶ ରାଜ୍ୟକୁ ଏହି ଭୂତାଣୁ ବ୍ୟାପି ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟ ସରକାର ଗୁଡ଼ିକ ଜନସାଧାରଣଙ୍କୁ ସଚେତନ କରିବାରେ ଲାଗିଛନ୍ତି । ତେବେ ଗତକାଲି ଫ୍ଲିପକାର୍ଟ ଅଫିସରେ ଏହି ଭୂତାଣୁ ସଂକ୍ରମିତ ହେବାର ଖବର ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ଆଜି ବେଙ୍ଗାଲୁରୁ ସ୍ଥିତ ଗୁଗୁଲ୍ ଅଫିସରେ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନିତ ହେବା ସୂଚନା ମିଳିଛି ।

ଗୁଗୁଲ୍ ଅଫିସରେ କାର୍ଯ୍ୟରତ ଜଣେ କର୍ମଚାରୀ ମରଣାନ୍ତକ କରୋନା ପଜିଟିଭ୍ ସ୍ପଷ୍ଟ ହେବା ପରେ ସମସ୍ତ କର୍ମଚାରୀମାନଙ୍କୁ ଘରେ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ଅର୍ଥାତ୍ ୧୪ ମାର୍ଚ୍ଚଠାରୁ କୌଣସି କର୍ମଚାରୀ ଆଉ ଅଫିସ ନଯାଇ ଘରେ ରହି କାର୍ଯ୍ୟ କରିବେ ବୋଲି ଗୁଗୁଲ୍ ଏନେଇ ଏକ ନୋଟିସ୍ ଜାରି କରିଥିବା ସୂତ୍ରରୁ ଜଣାପଡ଼ିଛି ।

ଏଠାରେ ସୂଚନାଯୋଗ୍ୟ, ସମଗ୍ର ବିଶ୍ୱରେ ଏବେ ୧୨୫ଟି ଦେଶକୁ କରୋନା ଭୂତାଣୁ ସଂକ୍ରମିତ ହୋଇସାରିଲାଣି । ବିଶ୍ୱର ମୋଟ ୧୨୭,୭୬୯ ଜଣ ବ୍ୟକ୍ତି ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଛି । କରୋନା କୋଭିଡ଼ – ୧୯ ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ସାରା ବିଶ୍ୱରେ ୪,୭୧୬ ଟପିଗଲାଣି ବୋଲି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ।

Leave A Reply

Your email address will not be published.