Latest Odisha News

BREAKING NEWS

ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୬୭ ହଜାର ଟପିଲା

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୬୭,୫୦୦ରୁ ଅଧିକ ଟପିଲାଣି ।

ଏହାବ୍ୟତିତ ୧୦ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କରୋନାଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୪୩୫ ଜଣଙ୍କର ମୃତ୍ୟୁ ହୋଇଛି ।

ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଥାଇଲାଣ୍ଡ, ଭାରତ, ଫ୍ରାନ୍ସ, ବ୍ରିଟେନ୍‌, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର, ସ୍ପେନ ଓ ୟୁରୋପ ଭଳି ପାଖାପାଖି ୨୦୬ରୁ ଅଧିକ ଦେଶକୁ କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

Leave A Reply

Your email address will not be published.