ବେଜିଂ: କାୟା ବିସ୍ତାର କରି ଚାଲିଛି ଚୀନରୁ ସୃଷ୍ଟ ମାରାତ୍ମକ ‘କରୋନା’ ଭାଇରସ । ଏହାର ପ୍ରଭାବରେ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୪୯୧ ରେ ପହଞ୍ଚିଥିବା ବେଳେ ଚୀନ ବାହାରେ ଏହାର ପ୍ରଭାବରେ ଜଣେ ପ୍ରାଣ ହରାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ।
ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ପ୍ରାୟ ୨୪,୪୦୦ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ।
ସେହିପରି ଭାଇରସ୍ ପ୍ରଭାବରେ ବିଗତ ୭୨ ଘଣ୍ଟା ମଧ୍ୟରେ ପୁଣି ୯୭ ଜଣ ମୃତ୍ୟୁବରଣ କରିଥିବା ନେଇ ଚୀନର ଏକ ସମାଚାର ଏଜେନ୍ସିରେ ରିପୋର୍ଟ ପ୍ରକାଶ ପାଇଛି ।
ପ୍ରାପ୍ତ ସୂଚନାନୁଯାୟୀ କରୋନା ଭାଇରସ୍ ବ୍ୟାପିବାର ମୁଖ୍ୟକେନ୍ଦ୍ର ପାଲଟିଛି ହୁବଇର ବୁହାନ ସହର । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସେଠାକୁ ଡାକ୍ତରୀ ଟିମ୍ ପଠାଇବା ଲାଗି ପ୍ରସ୍ତୁତି ଜାରି ରହିଛି । ବର୍ତ୍ତମାନ ସମୟରେ ଚୀନ ମାର୍କେଟରେ ଜୀବଜନ୍ତୁ ବ୍ୟାପାର ଉପରେ ରୋକ୍ ମଧ୍ୟ ଲଗାଯାଇଛି ।
Comments are closed.