Latest Odisha News

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩ ଛୁଇଁଲା

ନୂଆଦିଲ୍ଲୀ:ଭାରତରେ କାୟା ବିସ୍ତାର କରିବାରେ ଲାଗି ମହାମାରୀ କରୋନା । ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩ରେ ପହଂଚିଛି । ଏନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଲୋକସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ ଏନେଇ ଲୋକସଭାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅଧିକାଂଶ ଆକ୍ରାନ୍ତ କେରଳ, ମହାରାଷ୍ଟ୍ର, ଉତ୍ତରପ୍ରଦେଶର ଅଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
କରୋନା ଭାଇରସ ଉପରେ ସରକାର କଡା ନଜର ରଖିଛନ୍ତି । ବିମାନରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି । ମୋଟ ୧୦ ଲକ୍ଷ ୫୭ ହଜାର ୫୦୬ ଯାତ୍ରୀଙ୍କର ସ୍କ୍ରିନିଂ ହୋଇଥିବା ଜଣାପଡିଛି । ୩୦ଟି ବିମାନ ବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି । ଏଥିସହ ସରକାର ଲୋକଙ୍କ ପାଇଁ ହେଲ୍ପ ଲାଇନ ନମ୍ବର +୯୧-୧୧-୨୩୯୭୮୦୪୬ ମଧ୍ୟ ଜାରି କରିଛନ୍ତି ।
କରୋନା ସ୍ଥିତି ନିୟନ୍ତ୍ରଣରେ ରହିଥିବା ହର୍ଷବର୍ଦ୍ଧନ କହିଛନ୍ତି । ଲୋକେ ରାଲି କିମ୍ବା ଜନସଭା ସ୍ଥାନରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଇରାନରେ ଥିବା ଲ୍ୟାବରେ ଭାରତୀୟଙ୍କ ନମୁନା ପରୀକ୍ଷା କରାଯାଉଛି । ଯେଉଁମାନଙ୍କ ପାଖରେ କରୋନା ଲକ୍ଷଣ ରହୁଛି ସେମାନଙ୍କୁ ଅଲଗା ରଖାଯାଉଛି । ଦେଶର ୧୦୦ଟି ପରୀକ୍ଷାଗାରାରେ କରୋନା ପରୀକ୍ଷା କରାଯାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.