Latest Odisha News

BREAKING NEWS

ଭାରତରେ ଏବେ ୨୮ ଜଣ କରୋନା ଆକ୍ରାନ୍ତ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ୨୮ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ । ୨୮ ଜଣ କରୋନା ସଂକ୍ରମିତଙ୍କ ରିପୋର୍ଟ ପଜିଟିଭ ରହିଛି ।
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଛୁଇଁ ଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଇଟାଲୀ ପର୍ଯ୍ୟଟକ ଅଛନ୍ତି । ଇଟାଲୀୟ ନାଗରିକମାନେ ଗତ ମାସରେ ଭାରତକୁ ବୁଲିବାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ରାଜସ୍ତାନ ଜୟପୁରରେ ଅସୁସ୍ଥ ହୋଇ ପଡିଥିଲେ । ଚିକିତ୍ସାରୁ ଜଣାପଡିଥିଲା ଯେ ସେହି ବ୍ୟକ୍ତି ଜଣକ କରୋନାରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ତାଙ୍କ ଗ୍ରୁପରେ ଥିବା ଅନ୍ୟ ୧୫ ଜଣଙ୍କ ଦେହରୁ କରୋନା ପଜିଟିଭ ବାହାରିଥିଲା । ଏ ସମସ୍ତଙ୍କୁ ଆଇଟିବିପି କ୍ୟାମ୍ପକୁ ପଠାଇ ଦିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ସେପଟେ ଦିଲ୍ଲୀ ନଏଡାରେ କରୋନା ସନ୍ଦେହରେ ୬ଜଣଙ୍କର ନମୁନା ପରୀକ୍ଷା ହୋଇଛି । ସମସ୍ତ ନମୁନାରେ କରୋନାର କୌଣସି ଲକ୍ଷଣ ନାହିଁ । ସେମାନଙ୍କ ରିପୋର୍ଟ ନେଗେଟିଭ ଥିବା ଜଣାପଡିଛି । ଭାରତରେ କରୋନା ଭାଇରସ ପାଇଁ ମଙ୍ଗଳବାର ସୁଦ୍ଧା ୫ ଲକ୍ଷ ୮୯ ହଜାର ବିମାନବନ୍ଦର ଓ ୧୫୦୦ ଟି ବନ୍ଦର ଯାଂଚ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.