Latest Odisha News

BREAKING NEWS

କରୋନା ଭୟ: ଏପ୍ରିଲ ୧୫ ଯାଏଁ ସମସ୍ତ ଦେଶର ଭିିସା ରଦ୍ଦ କଲା ଭାରତ

ନୂଆଦିଲ୍ଲୀ: କରୋନା ଭାଇରସ ପ୍ରକୋପରୁ ବଞ୍ଚିବା ପାଇଁ ଭାରତ ଏକ ବଡ ପଦକ୍ଷେପ ନେଇଛି । ଭାରତ ସରକାର ଦୁନିଆର ସମସ୍ତ ଦେଶ ପାଇଁ ଜାରି ହୋଇଥିବା ଭିସା ରଦ୍ଦ କରିଦେଇଛନ୍ତି ।

ଏହି ଭିସା ଏପ୍ରିଲ ୧୫ ଯାଏଁ ରଦ୍ଦ କରି ଦିଆଯାଇଛି । ଅର୍ଥାତ୍ ଦୁନିଆର କୌଣସି ବି ନାଗରିକ କରୋନା ଭାଇରସ କାରଣରୁ ଭାରତକୁ ଆସିପାରିବେ ନାହିଁ । ଯଦି କୌଣସି ଭାରତୀୟ ସ୍ୱଦେଶ ଫେରିବାକୁ ଚାହୁଁଛନ୍ତି, ତାଙ୍କୁ ସ୍କ୍ରିନିଂ କରାଇବାକୁ ହେବ ଓ ୧୪ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରହିବାକୁ ପଡିବ । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ଏକ ଆଡଭାଇଜରିରେ କୁହାଯାଇଛି ।

Leave A Reply

Your email address will not be published.