Latest Odisha News

BREAKING NEWS

କରୋନା ଭୟ: ମାସ୍କ ପିନ୍ଧି ସଂସଦକୁ ଆସିଲେ ସାଂସଦ

ନୂଆଦିଲ୍ଲୀ: ଚାରିଆଡେ ସମସ୍ତଙ୍କୁ ଘାରିଛି ମାରାତ୍ମ ଭୂତାଣୁ କରୋନା ସଂକ୍ରମଣର ଭୟ । ସାଧାରଣ ଲୋକଙ୍କଠାରୁ ରାଜନେତା ସମସ୍ତଙ୍କୁ ଏହି ଭୂତାଣୁ ସଂକ୍ରମଣରେ ଭୟ ଘାରିଛି । ଏହି କ୍ରମରେ ଆଜି ବଜେଟ ଅଧିବେଶନ ସମୟରେ କରୋନାର ଭୟର ପ୍ରଭାବ ସାଂସଦଙ୍କ ମଧ୍ୟରେ ଦେଖିବାକୁ ମିଳିଛି ।
ମହାରାଷ୍ଟ୍ର ଅମରାବତୀ ଆସନରୁ ନିର୍ବାଚିତ ହୋଇଥିବା ସାଂସଦ ନବନୀତ ରାଣା ସଂସଦରେ ମାସ୍କ ପିନ୍ଧି ପହଂଚିଥିଲେ । ସେ ସଂସଦରେ ପହଂଚିବା ପରେ ହାତ ମିଶାଇବା ବଦଳରେ ନମସ୍କାର କରିଥିଲେ । ଏଥିସହ କରୋନା ଭାଇରସ ନେଇ ସଚେତନ ମଧ୍ୟ କରାଇଥିଲେ ।
ସୂଚନାଯୋଗ୍ୟ, ଦେଶରେ ୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୫ଜଣ ଇଟାଲୀ ନାଗରିକ ଅଛନ୍ତି । ସରକାରଙ୍କ ପକ୍ଷରୁ କରୋନା ନେଇ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି ।

BjdElectrycity
Leave A Reply

Your email address will not be published.