Latest Odisha News

BREAKING NEWS

ଆମେରିକାରେ ସ୍ଥିତି ଗମ୍ଭୀର: ୧୦୦୦ ଟପିଲାଣି ମୃତ୍ୟୁ ସଂଖ୍ୟା

ୱାଶିଂଟନ: କରୋନାକୁ ନେଇ ସାରା ବିଶ୍ୱରେ ହାହାକାର । ସାରା ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ପଲଟିଛି ଚୀନରୁ ଜନ୍ମ ନେଇଥିବା ଏହି ମାରାତ୍ମକ ଭୂତାଣୁ ।

କରୋନା ଆଁରୁ ମଧ୍ୟ ବଞ୍ଚି ପାରିନାହିଁ ଶକ୍ତିଶାଳୀ ଆମେରିକା। ଧୀରେଧିରେ ଆମେରିକାରେ ସ୍ଥିତି ଗମ୍ଭିର ହେବାରର ଲାଗିଛି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୬୬ ହଜାର ୭୮୬ ରହିଥିବା ବେଳେ ମୃତକଙ୍କ ସଂଖ୍ୟା ୧୦୨୭ ରେ ପହଞ୍ଚିଛି ।

ଆମେରିକାର ନ୍ୟୁୟର୍କ ସହରରେ ସର୍ବାଧିକ ଆକ୍ରାନ୍ତ ୩୨୪୯୨ ହୋଇଥିବା ବେଳେ ଏଠାରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ୩୬୬ ରେ ପହଞ୍ଚିଛି ।

ରିପୋର୍ଟ ଅନୁଯାୟୀ ଆମେରିକାରେ ଗୋଟିଏ ଦିନରେ ୧୩,୩୪୭ ଜଣ ନୂଆ ସଂକ୍ରମିତ ହୋଇଛନ୍ତି । ସେହିପରି ଏଠାରେ କରୋନା ଗୋଟିଏ ଦିନରେ ନେଇଛି ୨୪୭ ଟି ଜୀବନ ।

Leave A Reply

Your email address will not be published.