Latest Odisha News

BREAKING NEWS

କରୋନାଭାଇରସ ଆତଙ୍କ; ମାର୍ଚ୍ଚ ୩୧ ଯାଏଁ ଓଡିଶାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରାପ୍ତ ସୂଚନାନୁଯାୟୀ ରାଜ୍ୟର ସମସ୍ତ ସ୍କୁଲ, କଲେଜ ସହ ଶିକ୍ଷାନୁଷ୍ଠାନ ଗୁଡିକୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରଖିବା ଲାଗି ଶୁକ୍ରବାର ଦିନ ଘୋଷଣା କରିଛନ୍ତି ସରକାର ।

ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଆଧାରରେ ସମସ୍ତ ଶିକ୍ଷାନୁଷ୍ଠାନ ସମେତ ସିନେମା ହଲ୍‌, ସୁଇମିଂ ପୁଲ ଓ ବିଭିନ୍ନ ସାମାଜିକ ସମାବେଶ ବନ୍ଦ ରହିବ । ଏହାବ୍ୟତିତ ବାହାରେ ପାନ ଛେପ ନ ପକାଇବାକୁ ମଧ୍ୟ ସରକାରଭ୍‌କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୁତ୍ରରୁ ପ୍ରକାଶ ।

ତେବେ ସ୍କୁଲ ଓ କଲେଜ ବନ୍ଦ ରହିଲେ ମଧ୍ୟ ଶିକ୍ଷାନୁଷ୍ଠାନ ଗୁଡିକରେ ପରୀକ୍ଷା ଚାଲିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.