Latest Odisha News

ହସ୍ପିଟାଲ ବେଡ୍‌ରେ ୧୫ ମାସର କରୋନା ଶିଶୁ, ଡାକ୍ତରଙ୍କୁ ଦେଉଛି ଫ୍ଲାଇଂ କିସ୍‌

ଚଣ୍ଡିଗଡ: କରୋନା ସହ ଲଢ଼ୁଛି କୁନି ଛୁଆ । ହସ୍ପିଟାଲ ବେଡ୍ ଉପରେ ସେ ଡାକ୍ତରଙ୍କୁ ଦେଉଛି ଫ୍ଲାଇଂ କିସ୍ । ହ୍ୟାଣ୍ଡ ସେକ୍ ମଧ୍ୟ କରୁଛି । କେବଳ ସେତିକି ନୁହେଁ ତା’ ପାଖରେ ଠିଆ ହୋଇଥିବା ଡାକ୍ତର ତାକୁ ଯେପରି କହୁଛନ୍ତି ସେ ସେପରି କରୁଛି । ଆଉ ଡାକ୍ତର ମଧ୍ୟ ତା ସହ ଖେଳୁଛନ୍ତି, ତାକୁ ହସାଉଛନ୍ତି । କିନୁ ଶିଶୁଟି ଡାକ୍ତରଙ୍କ କଥା ଶୁଣି ଖିଲି ଖିଲି ହୋଇ ହସୁଛି, ଆଖି ମିଟିକା ମଧ୍ୟ ମାରୁଛି । ଛୁଆଟିକୁ ଦେଖି ସେଠାରେ ଠିଆ ହୋଇଥିବା ଜଣେ କରୋନା ଯୋଦ୍ଧା ମଧ୍ୟ ସାମାଜିକ ଦୂରତାକୁ ଭୁଲି ଯାଇଛନ୍ତି । କାରଣ ତାକୁ ହସାଇବା ପାଇଁ ତା ସହ ଖେଳୁଛନ୍ତି । ଏଭଳି କୋଭିଡ ହସ୍ପଇଟାଲରେ ଖୁସିର ଲହରି ବାଂଟିଛି କରୋନା ସଂକ୍ରମିତ ୧୫ ମାସର କୁନି ଝିିଅ ।

କୁନି ଛୁଆଟି ଜାଣିନି କରୋନା କ’ଣ । ଭଲ କରି କଥା କହି ଶିଖିନଥିବା ୧୫ ମାସର ଶିଶୁ ଦୃଢ଼ତାର ସହ କରୋନାରୁ ବଂଚିବା ପାଇଁ ଲଢ଼େଇ କରୁଛି । ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଚଣ୍ଡିଗଡରୁ, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭିଡିଓରେ କୁନି ଝିଅଟି ସହ ନଜର ଆସିଥିବା ଡାକ୍ତର ନରେନ୍ଦ୍ର ତ୍ୟାଗୀ କହିଛନ୍ତି ଏହି ଘଟଣା ମେ ୪ତାରିଖ ରାତି ୧୧.୩୦ର। ଡାକ୍ତର ସେହି ଦିନ ନାଇଟ୍ ସିଫ୍ଟରେ ଥିଲେ। ଭିଡିଓରେ କୁନି ଝିଅର ମାଆଙ୍କ ପାଟି ମଧ୍ୟ ଶୁଣାଯାଉଛି। ଏହି ଭିଡିଓଟି ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି। ଲୋକେ କୁନି ଝିଅ ଏବଂ ଡାକ୍ତରଙ୍କ ପ୍ରଶଂସା କରୁଛନ୍ତି।

ଛଣ୍ଡିଗଡର ଏକ ୧୫ ମାସର ଶିଶୁ କନ୍ୟା କରୋନାରେ ସଂକ୍ରମିତ ହୋଇଛି । ତାକୁ ଚଣ୍ଡିଗଡର ପୋଷ୍ଟ ଗ୍ରାଜୁଏଟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ ସେଂଟରରେ ଭର୍ତ୍ତି କରାଯାଇଛି । ସେଠାରେ ତାର ଚିକିତ୍ସା ଚାଲିଛି । ତାର କୌଣସି ଲଣକ୍ଷ ଦେଖାଯାଉନଥିଲା । ଶିଶୁର ମା’ଙ୍କର ବି ନମୂନା ପରୀକ୍ଷା କରାଯାଇଛି । କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି ।

Leave A Reply

Your email address will not be published.