Latest Odisha News

BREAKING NEWS

ରଥ କାର୍ଯ୍ୟରେ ନିୟୋଜିତ ସେବାୟତ ପରିବାରର ହେବ କରୋନା ଟେଷ୍ଟ

ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ରଥ ଯାତ୍ରା ପାଇଁ ତିନୋଟି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ବିଶ୍ୱକର୍ମା ମହାରାଣା ପରିବାରଙ୍କର କୋଭିଡ-୧୯ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି।

BjdElectrycity

ମନ୍ଦିରର ଉନ୍ନୟନ ପ୍ରଶାସକ ଅଜୟ ଜେନା ଶନିବାର ଦିନ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମନ୍ଦିର ପ୍ରଶାସନ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ (ସିଡିଏମଓ)କୁ କହିଛନ୍ତି।

ଏହି ଟେଷ୍ଟ ପରିଚାଳନା କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଚାରିଟି ସ୍ୱାସ୍ଥ୍ୟ ଦଳ ଗଠନ କରାଯାଇଛି। ଯେଉଁମାନେକି ନିର୍ମାଣ କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ରଥ ଖଳା ଏବଂ ବିଶ୍ୱକର୍ମା ମହାରଣାମାନଙ୍କ ରହଣି ବ୍ୟବସ୍ଥା ହୋଇଥିବା ଭକ୍ତ ନିବାସରେ ରହିବେ। ଏହା ବ୍ୟତୀତ ଆକ୍ଟିଭ ସର୍ଭିଲାନ୍ସ ପାଇଁ ଏକ ମୋବାଇଲ୍ ସ୍ୱାସ୍ଥ୍ୟ ଦଳଙ୍କୁ ନିୟୋଜିତ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅତିରିକ୍ତ ଜିଲ୍ଲା ମେଡିକାଲ ଅଫିସର (ଏଡିଏମଓ)ଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଦଳ ବିଶ୍ୱକର୍ମା ମହାରାଣା ଏବଂ ଭୋଇ ସେବାୟତମାନଙ୍କୁ ମଧ୍ୟ ସଚେତନ କରିବେ ଏବଂ ନିର୍ମାଣ କାର୍ଯ୍ୟ ଶେଷ ହେବା ପର‌୍ୟ୍ୟନ୍ତ ସେମାନଙ୍କୁ କରୋନା ଭୁତାଣୁ ସଂକ୍ରମଣ ବିଷୟରେ ମଧ୍ୟ ଅବଗତ କରାଇବେ।

Leave A Reply

Your email address will not be published.