Latest Odisha News

BREAKING NEWS

ଭାରତୀୟ ନୌସେନାରେ କରୋନା; ୨୧ ନୌସେନା କର୍ମଚାରୀ ପଜିଟିଭ୍ ଚିହ୍ନଟ !

ମୁମ୍ବାଇ: ମରଣାନ୍ତକ କରୋନା ଭୂତାଣୁ ଏବେ ଭାରତୀୟ ସେନା ଓ ନୌସେନାରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ପୂର୍ବରୁ ଭାରତୀୟ ସେନାରେ ୮ ଜଣ ସେନା କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ଭାରତୀୟ ନୌସେନାରେ ପ୍ରାୟ ୨୧ ଜଣ ନୌସେନା କର୍ମଚାରୀ କୋଭିଡ୍ ୧୯ ରେ ଆକ୍ରାନ୍ତ ହୋଇଥିବା ଟାଇମ୍ସ ନ୍ୟୁଜ୍‌ରେ ଶନିବାର ଦିନ ଏକ ରିପୋର୍ଟ ପ୍ରକାଶିତ ହୋଇଛି ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମୁମ୍ବାଇସ୍ଥିତ ଆଇଏନଏସ ଆଙ୍ଗ୍ରେରେ ୨୦ ଜଣ ନାବିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ନୌସେନାରେ ୨୧ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଭାରତୀୟ ନୌସେନା ପକ୍ଷରୁ ଶନିବାର ଦିନ ସୂଚନା ପ୍ରଦାନ କରାଯାଇଥିବା ଟାଇମ୍ସ ନାଓରେ ରିପୋର୍ଟ ପ୍ରକାଶ ପାଇଛି ।

ଏହି ନୌସେନା ତରୀରେ ରହିଥିବା ସମସ୍ତ ନାବିକମାନଙ୍କୁ ଏବେ କ୍ୱାରେଣ୍ଟାଇନରେ ରଖାଯାଇଛି । ଏବେସୁଦ୍ଧା ଅନବୋର୍ଡ଼ ଜାହାଜ ଏବଂ ବୁଡ଼ା ଜାହାଜରେ କୌଣସି ସଂକ୍ରମିତଙ୍କ ରିପୋର୍ଟ ମିଳିନାହିଁ ।

ଏଠାରେ ସୂଚନାଯୋଗ୍ୟ, ଏପ୍ରିଲ୍ ୭ ତାରିଖରେ ଆଇଏନଏସ ଆଙ୍ଗ୍ରେରେ ପ୍ରଥମ ପଜିଟିଭ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା ।

Leave A Reply

Your email address will not be published.