Latest Odisha News

BREAKING NEWS

କରୋନା ଭୟ; ପରୀକ୍ଷା ହଲ୍ ମଧ୍ୟକୁ ନେଇପାରିବେ ମାସ୍କ ଓ ସାନିଟାଇଜର

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତରେ କରୋନା ଭାଇରସ (କୋଭିଡ -୧୯) ଦ୍ୱାରା ୨୮ ଜଣ ଆକ୍ରାନ୍ତ ହେଉଥିବା ଜଣାପଡିବା ପରେ ପରୀକ୍ଷା ହଲ୍ ମଧ୍ୟକୁ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ନେବା ଲାଗି ଛାତ୍ରଛାତ୍ରୀଙ୍କୁ ଅନୁମତି ଦେଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ।

ଏନେଇ ବୋର୍ଡ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି ଯେ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜର ନେବାକୁ ଅନୁମତି ଦିଆଯିବ।

“ଛାତ୍ରଛାତ୍ରୀ ଚାହିଁଲେ ପରୀକ୍ଷା କେନ୍ଦ୍ରକୁ ଫେସ୍ ମାସ୍କ ଏବଂ ସାନିଟାଇଜର ନେଇପାରନ୍ତି” ବୋଲି ସିବିଏସ୍ଇ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, ଗତ ଫେବୃଆରୀ ୧୫ ରୁ ଆରମ୍ଭ ହୋଇଥିବା ସିବିଏସ୍ଇ ବୋର୍ଡ ପରୀକ୍ଷା ପାଇଁ ୩୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେଉଛନ୍ତି । ଯେଉଁଥିରେ (ଦଶମ ଶ୍ରେଣୀ ପାଇଁ ୧୮,୮୯,୮୭୮ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ୧୨,୦୬,୮୯୩) ଛାତ୍ରଛାତ୍ରୀ ରହିଛନ୍ତି ।

Leave A Reply

Your email address will not be published.