Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ନବୀନଙ୍କ ବଡ଼ ଘୋଷଣା: କରୋନା ଲାଗି ଭୁବନେଶ୍ୱର ସମେତ ୫ଟି ଜିଲ୍ଲା, ୮ଟି ପ୍ରମୁଖ ସହର ହେବ ଲକ୍‌-ଡାଉନ୍‌

ଭୁବନେଶ୍ୱର: ଓଡ଼ିଶାରେ କରୋନା ଭୂତାଣୁ ସହିତ ଲଢେଇ କରି ବିଜୟ ହାସଲ କରିବାକୁ ପଣ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି ।

ରାଜଧାନୀ ଭୁବନେଶ୍ୱର ସମେତ ୪୦ ପ୍ରତିଶତ ଓଡ଼ିଶା ଏକ ସପ୍ତାହ ଲାଗି ହେବ ଲକ୍ ଡ଼ାଉନ ।

କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ସୁରକ୍ଷା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଅତ୍ୟନ୍ତ ଜରୁରୀ କାର୍ଯ୍ୟ ବ୍ୟତୀତ ବାକି ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ସେ ନିବେଦନ କରିଛନ୍ତି । କେବଳ essential commodity ସଂଗ୍ରହ ପାଇଁ ଜନସାଧାରଣ ବାହାରକୁ ଯାଇ ପାରିବେ ବୋଲି ସେ କହିଛନ୍ତି ।

କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ ପ୍ରାୟ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ କରାଯିବ।

Leave A Reply

Your email address will not be published.