Latest Odisha News

BREAKING NEWS

ଓଡ଼ିଶାରେ କରୋନା ଆତଙ୍କ: ଏସସିବିରେ ଭର୍ତ୍ତି ହେଲେ ମେଡ଼ିକାଲ ଛାତ୍ର

ଭୁବନେଶ୍ୱର: ମାରାତ୍ମକ କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏବେ ଏହା ନିଜର କାୟା ଓଡ଼ିଶା ରାଜ୍ୟରେ ମଧ୍ୟ ବିସ୍ତାର କରିଛି ।

ଏହି ମାରାତ୍ମକ ଭାଇରସର ଆକ୍ରାନ୍ତରେ ଚୀନରେ ୨୦୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଭାରତର କେରଳା ଠାରେ ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଥିଲା ।

ଏହି ଭାଇରସକୁ ନେଇ ଏବେ ଓଡ଼ିଶାରେ ମଧ୍ୟ ଭୟ ଦେଖାଦେଇଛି । କନ୍ଧମାଳ ଜିଲ୍ଲା ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ର କରୋନା ଭାଇରସ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରାପ୍ତ ସୂଚନା ଅନୁସାରେ, ଫୁଲବାଣୀର ଏହି ଡାକ୍ତରୀ ଛାତ୍ରଜଣକ ଚୀନରେ ଏସବିବିଏସ ପଢୁଥିଲେ । ସେ ଚୀନରୁ ଅସୁସ୍ଥ ହୋଇ କିଛି ଦିନ ତଳେ ଅର୍ଥାତ ଗତ ୧୧ ତାରିଖରେ ଫୁଲବାଣୀ ଫେରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.