Latest Odisha News

କରୋନାଭାଇରସ ଆତଙ୍କ; ଏବେ ଏହି ବିଦେଶୀ ଯାତ୍ରୀଙ୍କ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନାଭାଇରସ ମହାମାରୀ ରୂପ ନେଉଥିବା ବେଳେ ମଙ୍ଗଳବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ଦେଶ ଉପରେ ଯାତ୍ରା କଟକଣା ଲାଗୁ କରାଯାଇଛି ।

ଆଫଗାନିସ୍ତାନ, ଫିଲିପାଇନ୍ସ ଓ ମାଲେସିଆ ଭଳି ରାଷ୍ଟ୍ରକୁ ଯାତାୟାତ ଉପରେ ଭାରତ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି ।

ନୂତନ ଆଡଭାଇଜରି ଅନୁଯାୟୀ ଏହି ଦେଶରୁ ଭାରତକୁ ଯାତ୍ରୀଙ୍କ ଆସିବା ଉପରେ ତୁରନ୍ତ ନିଷେଧାଦେଶ ଲଗାଯାଇଛି । ଯାହାଫଳରେ ଭାରତୀୟ ସମୟ ଆଜି ଦିନ ୩ଟା ପରେ ଭାରତକୁ କୌଣସି ବିମାନ ଉଡାଣ କରିବ ନାହିଁ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।

ଏଭଳି କଟକଣା ସାମୟିକ ଭାବେ ଲାଗୁ କରାଯାଇଥିବା ବେଳେ ଆସନ୍ତା ମାର୍ଚ୍ଚ ୩୧ ପରେ ଏନେଇ ପୁନଃ ବିଚାର କରାଯିବ ବୋଲି ସରକାରୀ ସୁତ୍ରରୁ ପ୍ରକାଶ ।

ଏହା ପୂର୍ବରୁ ମଧ୍ୟ ଗତ ମାର୍ଚ୍ଚ ୧୧ରୁ ୧୬ ମଧ୍ୟରେ ଟ୍ରାଭେଲ୍ ଆଡଭାଇଜର ଜାରି କରାଯାଇଥିଲା । ଯେଉଁଥିରେ ୟୁଏଇ, ତୁର୍କୀ ଓ ବି୍ରଟେନ ଭଳି ଦେଶର ଯାତ୍ରୀଙ୍କ ଭାରତ ପ୍ରବେଶ ଉପରେ ଏକପ୍ରକାର କଟକଣା ଲଗାଯାଇଥିଲା ।

Leave A Reply

Your email address will not be published.