Latest Odisha News

କରୋନା ଆତଙ୍କ: ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଛାଡ଼ିବାକୁ ‘ରାଉରକେଲା ଏନଆଇଟି’ର ନିର୍ଦ୍ଦେଶ

ରାଉରକେଲା: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଉରକେଲାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି) ପକ୍ଷରୁ ଶନିବାର ଦିନ ଅନୁଷ୍ଠାନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।

ଏକ ବିଜ୍ଞପ୍ତି ମାଧ୍ୟମରେ ପଡ଼ୋଶୀ ରାଜ୍ୟର ତଥା ବିଦେଶାଗତ ଛାତ୍ରଛାତ୍ରୀମାନଙ୍କୁ କର୍ତ୍ତୃପକ୍ଷ ତୁରନ୍ତ କ୍ୟାମ୍ପସ ପରିସର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଯଦି କୌଣସି ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ରହିବାକୁ ଚାହୁଁଛନ୍ତି ତେବେ ସେହି ଛାତ୍ରଛାତ୍ରୀମାନେ କର୍ତ୍ତୃପକ୍ଷଙ୍କ ନିକଟରେ ନିର୍ଦ୍ଦେଶାନାମାନୁଯାୟୀ ଏକ ଅଣ୍ଡରଟେକିଂ ଦେବାକୁ ପଡ଼ିବ ବୋଲି ବିଜ୍ଞପ୍ତିରେ ପ୍ରକାଶିତ ହୋଇଛି ।

Leave A Reply

Your email address will not be published.