Latest Odisha News

BREAKING NEWS

କରୋନା ଭୂତାଣୁରେ ଆକ୍ରାନ୍ତ ହେଲେ ପ୍ରିନ୍ସ ଚାର୍ଲସ; ନମୂନା ପରୀକ୍ଷାରେ ପଜିଟିଭ୍ ଚିହ୍ନଟ !

ଲଣ୍ଡନ: ମରଣାନ୍ତକ କରୋନା ଭୂତାଣୁ ସାମ୍ନାରେ ନା ଧନୀ ନା ଗରିବ ନା ପ୍ରଜା ନା ରାଜା ସମସ୍ତେ ସମାନ । ଏହି କଥାଟି ସତ୍ୟ ସାବ୍ୟସ୍ତ ହୋଇଛି ଯେତେବେଳେ ବ୍ରିଟେନ ପ୍ରିନ୍ସ ଚାର୍ଲସଙ୍କୁ କରୋନା ଭୂତାଣୁ ସଂକ୍ରମଣ ହୋଇଥିବାର ଖବର ପ୍ରଚାରିତ ହେଲା । ଏହି ଖବର ଏବେ ସାରା ୟୁରୋପରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ କରୋନା ସଂକ୍ରମଣକୁ ରୋକିବା ଲାଗି ଅଧିକ ସଚେତନ ହୋଇପଡ଼ିଛନ୍ତି ବିଶ୍ୱବାସୀ ।

ବଙ୍କିମହାମ ପ୍ୟାଲେସ ସୂତ୍ରରୁ ଜଣାପଡ଼ିଛି ଯେ, ପ୍ରିନ୍ସ ଚାର୍ଲସଙ୍କ ନମୂନା ପରୀକ୍ଷା ପଜିଟିଭ୍ ଜଣାପଡ଼ିଛି । ସେ କରୋନା ଭୂତାଣୁ ଦ୍ୱାରା ସଂକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଛି । ଗତ କିଛିଦିନ ଧରି ସେ ଘରେ ରହି କାର୍ଯ୍ୟ କରୁଥିବା ବେଳେ ସୁସ୍ଥ ରହିଛନ୍ତି ।

କରୋନା ଭୂତାଣୁର ସାମାନ୍ୟ ଲକ୍ଷଣ ମଧ୍ୟ ପ୍ରିନ୍ସ ଚାର୍ଲସଙ୍କ ଠାରେ ଦେଖିବାକୁ ମିଳିଛି ବୋଲି ଲଣ୍ଡନରେ ଥିବା ରାଜପ୍ରାସାଦ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡିଛି ବୋଲି ଟାଇମ୍ସ ନାଓ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି ।

Leave A Reply

Your email address will not be published.