Latest Odisha News

୧୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଠାରେ କରୋନା ଭ୍ୟାକ୍ସିନର ସଫଳ ପରୀକ୍ଷଣ କଲା ଚୀନ !

ନୂଆଦିଲ୍ଲୀ: କରୋନା ଭାଇରସକୁ ନଷ୍ଟ କରିବାରେ ସଫଳ ହୋଇଛି ଚାଇନରେ ପ୍ରସ୍ତୁତ ହୋଇଥିବା ଏକ ଭ୍ୟାକ୍ସିନ୍‌ । ଏସମ୍ପର୍କରେ ମେଡିକାଲ ଜର୍ଣ୍ଣାଲ ଲାନସେଟ୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଛି ।

ଏହି ରିପୋର୍ଟରେ ପ୍ରକାଶ ଯେ, ଚୀନରେ ପ୍ରସ୍ତୁତ ଏହି ଭ୍ୟାକ୍ସିନ୍‌ ୧୦୦ ରୁ ଉର୍ଦ୍ଧ୍ବ କରୋନା ଆକ୍ରାନ୍ତଙ୍କ ଉପରେ ପରୀକ୍ଷା କରାଯାଇଛି । ଯାହା ଭୂତାଣୁକୁ ନଷ୍ଟ କରିବାରେ ସଫଳ ହେଉଥିବା କୁହାଯାଇଛି ।

ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକ୍ସିନ୍‌ ଏବଂ ଆମେରିକୀୟ କମ୍ପାନୀ ମୋଡର୍ନାର ଭ୍ୟାକ୍ସିନ୍‌ ଠାରୁ ଅଧିକ ପ୍ରଭାବଶଳୀ ବୋଲି କୁହାଯାଉଛି ।

ଏହି ଭ୍ୟାକ୍ସିନକୁ କାନସିନୋ ନାମକ ଏକ କମ୍ପାନୀ ପ୍ରସ୍ତୁତ କରୁଥିବା ଜଣାପଡିଛି ।

ଚାଇନରେ ଏହି ଭ୍ୟାକ୍ସିନର କିଛି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖାଯାଇଥିବାର ଏହି ରିପୋର୍ଟରେ କୁହାଯାଇଛି । ଏହି ଭ୍ୟାକ୍ସିନ୍‌ ଯେଉଁ ସବୁ କରୋନା ଆକ୍ରାନ୍ତଙ୍କ ଉପରେ ପରୀକ୍ଷା କରାଯାଇଥିଲା ସେମାନଙ୍କୁ ପୂର୍ବ ଅପେକ୍ଷା ଅଧିକ ଜ୍ୱର ଓ ଯନ୍ତ୍ରଣା ହେଉଥିବା ଅନୁଭବ ହୋଇଥିଲେ ମଧ୍ୟ ପ୍ରାୟ ୧ ମାସ ମଧ୍ୟରେ ଉକ୍ତ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଉଥିବା କୁହାଯାଇଛି । ଭ୍ୟାକ୍ସିନ ପ୍ରୟୋଗ ଦ୍ୱାରା ପ୍ରାୟ ୨୮ ଦିନ ପରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ଇମ୍ୟୁନ୍ ରେସ୍‌ପନ୍‌ସ ସର୍ବାଧିକ ରହୁଥିବା ଦେଖାଯାଇଛି । ଏହି ଭ୍ୟାକ୍ସିନ୍‌ ଦ୍ୱାରା କୌଣସି ବଡ଼ ବିପଦ ନଥିବା ଏହି ରିପୋର୍ଟରେ ସ୍ପଷ୍ଟ ହୋଇଛି ।

Leave A Reply

Your email address will not be published.