Latest Odisha News

ଆଗକୁ ଚିନ୍ତା ବଢ଼ାଇପାରେ ନୂଆ ଭାରିଆଣ୍ଟ :୧୦ ଗୁଣ ଅଧିକ ସଂକ୍ରାମକ

କରୋନାକୁ ନେଇ ଏବେ ଚିନ୍ତା । ମାର୍ଚ୍ଚ ଶେଷ ସପ୍ତାହରେ ସାରାବିଶ୍ୱରେ ହ୍ରାସ ପାଇଛି କରୋନା ସଂକ୍ରମଣ । ମାର୍ଚ୍ଚ ପ୍ରଥମ ସପ୍ତାହରେ ୟୁରୋପ, ଚୀନ ଓ ଦକ୍ଷିଣ କୋରିଆ ସମେତ ବିଶ୍ୱର କେତେକ ଭାଗରେ କରୋନା ମାମଲା ବଢିବାରେ ଲାଗିଥିଲା । ହେଲେ ମାର୍ଚ୍ଚ ୨୧ରୁ ୨୭ରେ ଶେଷ ହୋଇଥିବା ସପ୍ତାହରେ ସଂକ୍ରମଣ ହାର ପ୍ରାୟ ୧୪ ପ୍ରତିଶତ କମିଯାଇଛି । ଯାହା ଏକ ଆଶ୍ୱସ୍ତିକର ଖବର ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ହେଲେ କରୋନାର ଏକ ନୂଆ ଭାରିଆଂଟ- ଏକ୍ସଇ ଆଗକୁ ଚିନ୍ତା ବଢାଇପାରେ ବୋଲି ଆଶଙ୍କା କରାଯାଉଛି । କାରଣ କରୋନାର ଓମିକ୍ରନ ଭାରିଆଂଟ ଅପେକ୍ଷା ଏହା ୧୦ ଗୁଣା ଅଧିକ ସଂକ୍ରାମକ ବୋଲି କହୁଛନ୍ତି ବିଶେଷଜ୍ଞ ।

ଓମିକ୍ରନ ଭୂତାଣୁର ବିଏ-୧ ଏବଂ ବିଏ-୨ ମିଶ୍ରଣରେ ଏହି ନୂଆ ଭୂତାଣୁର ଉତ୍ପତି ହୋଇଛି  ।  ଓମିକ୍ରମ ଭୂତାଣୁ ଅପେକ୍ଷା ଏହା ୧୦ ଗୁଅ ଅଧିକ ସଂକ୍ରାମକ ବୋଲି କହିଛି ଡବ୍ଲୁଏଚଓ  ।  ଏପର୍ଯ୍ୟନ୍ତ ସାରାବିଶ୍ୱରେ ୬୦୦ରୁ ଅଧିକ ଲୋକଙ୍କଠାରେ ଏକ୍ସଇ ଭୂତାଣୁ ଚିହ୍ନଟ ହୋଇଛି ।

Comments are closed.