Latest Odisha News

BREAKING NEWS

ଗଙ୍ଗାଧର କେନାଲ କାମରେ ମହା ଦୁର୍ନୀତି

ବଲାଙ୍ଗିର: ଗଙ୍ଗାଧର କେନାଲ କାମରେ ମହା ଦୁର୍ନୀତି । ବଲାଙ୍ଗିର ବେଲପଡା ବ୍ଲକର ଗଙ୍ଗାଧର କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଚାଲିଥିବା କେନାଲ କାମରେ ବ୍ୟାପକ ଅନିୟମିତତା । କାମ ନିମ୍ନ ମାନର ହୋଇଥିବାରୁ କେନାଲ କାମର କଂକ୍ରିଟ ଭୁଷୁଡି ପଡିଛି । ବଲାଙ୍ଗିର କ୍ଷୁଦ୍ର ଜଳସେଚନ ଡିଭିଜନର ଖପ୍ରାଖୋଲ ସବଡିଭିଜନ ପକ୍ଷରୁ ଏହି କାମ କରାଯାଉଛି । ପ୍ରକଳ୍ପରେ ମୋଟ ୨୨ କିମି କେନାଲ କାମ ରହିଛି ଯେଉଁଥି ପାଇଁ ୬ କୋଟି ୮୭ ଲକ୍ଷ ୫୮ ହଜାର ୨୭ ଟଙ୍କାରେ ଏଚ.ଏମ. କଷ୍ଟ୍ରକସନ ଏଗ୍ରିମେଂଟ କରି କାମ କରୁଛି । ତେବେ କାମ ସମ୍ପୂର୍ଣ୍ଣ ହୋଇନଥିବା ବେଳେ କେନାଲର କଂକ୍ରିଟ କାନ୍ଥ ସବୁ ଭାଙ୍ଗି ଯାଇଛି । କାମ ଗୁଡିକ ସମ୍ପୂର୍ଣ୍ଣ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି ।

କାହା ସ୍ୱାର୍ଥରେ ଏହି ଯୋଜନା କରାଯାଇଥିଲା ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ କାମ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଠିକା ସଂସ୍ଥା ୨ କୋଟି ୪୭ ଲକ୍ଷ ଟଙ୍କା ବିଲ ଉଠାଇ ସାରିଛନ୍ତି । ନିମ୍ନ ମାନର କାମ ହୋଇଥିବା ଯନ୍ତ୍ରୀ ସ୍ୱୀକାର କରିଛନ୍ତି । ସେପଟେ ଘଟଣାର ପ୍ରକୃତ ତଦନ୍ତ କରାଯାଇ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମିଳିଛି ପ୍ରତିଶ୍ରୁତି

ସରକାରଙ୍କ ଏହି ଯୋଜନା ଉପରେ ଝାକ୍ରିପାଲି, ଥୁଡିବାହାଲ ର ପ୍ରାୟ ୫୦୦ଚାଷୀ ଉପକୃତ ହେବାପାଇଁ ଆଶା ରଖିଥିଲେ କିନ୍ତୁ ଠିକାଦାରଙ୍କ ନିମ୍ନମାନର କାମ ଏବଂ ଲାଭଖୋର ମନୋଭାବ ଯୋଗୁଁ ଗ୍ରାମବାସୀଙ୍କ ଆଶା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ।     …….

Leave A Reply

Your email address will not be published.