Latest Odisha News

BREAKING NEWS

ଭାରତର ପ୍ରଥମ ଓସ୍କାର ବିଜେତାଙ୍କ ପରଲୋକ

ମୁମ୍ବାଇ: ଭାରତ ପକ୍ଷରୁ ପ୍ରଥମ ସମ୍ମାନଜନକ ଓସ୍କାର ପୁରସ୍କାର ଜିତିଥିବା କଷ୍ଟ୍ୟୁମ ଡିଜାଇନର ଭାନୁ ଆଥେୟାଙ୍କ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ୧୯୮୩ରେ ଡାଇରେକ୍ଟର ରିଚାର୍ଡ ଏଟନବରେଙ୍କ ଗାନ୍ଧୀ ଫିଲ୍ମ ପାଇଁ ସେ ଓସ୍କାର ପୁରସ୍କାର ପାଇଥିଲେ । ଭାନୁ ୧୦୦ରୁ ଅଧିକ ବଲିଉଡ ଫିଲ୍ମରେ କଷ୍ଟ୍ୟୁମ ଡିଜାଇନ କାର୍ଯ୍ୟ ସୂଚାରୁରୂପ ତୁଲାଇଛନ୍ତି ।

୧୯୫୬ରେ ଗୁରୁଦତଙ୍କ ସିଆଇଡି ଫିଲ୍ମ ମାଧ୍ୟମରେ ସେ ବଲିଉଡରରେ ପାଦ ଥାପିଥିଲେ । ଅମୀର ଖାଁଙ୍କ ଲଗାନ ଓ ଶାହାରୁଖଙ୍କ ସ୍ୱଦେଶ ଫିଲ୍ମ ପାଇଁ ମଧ୍ୟ ସେ କାମ କରିଥିଲେ । ଦୀର୍ଘ ୮ ବର୍ଷ ହେବ ସେ ବ୍ରେନ ଟ୍ୟୁମରରେ ପୀଡିତ ଥିଲେ । ୩ ବର୍ଷ ପାଖାପାଖି ଶେଯରେ ପଡି ରହିଥିଲେ ।

Leave A Reply

Your email address will not be published.