Latest Odisha News

BREAKING NEWS

ଘରେ ଘରେ କାଶ, ଜ୍ୱର; ପୂର୍ବବର୍ଷ ତୁଳନାରେ ବଢ଼ିଛି ପୀଡ଼ିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢି ଚାଲିଛି ଭାଇରାଲ ଫିଭର। ଛୋଟ ଛୁଆଠୁ ବୃଦ୍ଧ ଏବେ ଭାଇରାଲ ଫିଭର ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ପ୍ରଥମେ ଥଣ୍ଡା, ଜ୍ୱର, କାଶ, ମୁଣ୍ଡ ବିନ୍ଧା ଏହାପରେ ଗଳା ବଥା ଏବଂ କଥା ହେବାରେ ଯନ୍ତ୍ରଣା ହେଉଥିବା ଦେଖିବାକୁ ମିଳିଛି। ଏହି ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଲୋକଙ୍କ ମଧ୍ୟରେ ଅନେକ ଭୟ ମଧ୍ୟ ଦେଖାଦେଲାଣି। ସେହିପରି ପରିବାରର ଜଣଙ୍କୁ ହେଲେ ଜଣେ ପରେ ଜଣେ ଥଣ୍ଡା ଜ୍ୱରର ଶିକାର ହେଉଥିବା ନଜିର ରହିଛି। ଯଦିଓ ଋତୁ ପରିବର୍ତ୍ତନ ବେଳେ ଏଭଳି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ କିନ୍ତୁ ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଏପରି ସ୍ବାସ୍ଥ୍ୟ ସମସ୍ୟା ବଢ଼ିଛି।

ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି,  ରାଜ୍ୟରେ ଥଣ୍ଡା, ଜ୍ୱର ବଢିବା ପରେ ଫ୍ଲୁ ସର୍ଭେଲାନ୍ସ କାର୍ଯ୍ୟକ୍ରମ ଜାରି ରହିଛି। ଫ୍ଲୁର ଜଟିଳତା କଣ ରହିଛି ସେ ନେଇ ଅନୁଧ୍ୟାନ ହେଉଛି। ଡେଙ୍ଗୁ ଭଳି ଇନଫ୍ଲୁଏନଜା ଭାଇରାସର ବିଭିନ୍ନ ସେରୋ ଟାଇପ୍ ଦେଖିବାକୁ ମିଳିଛି। ଇନଫ୍ଲୁଏନଜା-ଏ, ବି, ସି, ଡି ସେହିପରି ଏଚ-3 ଏନ୍-1, ଏଚ-3 ଏନ-2 ଆଦି ଷ୍ଟ୍ରେନ୍ ଦେଖିବାକୁ ମିଳୁଛି।

ସବୁବର୍ଷ ଏହି ସମୟରେ କାଶ, ଜ୍ୱର ଦେଖାଯାଏ କିନ୍ତୁ ଚଳିତ ବର୍ଷ ଏହି ସଂଖ୍ୟା ବଢି ଯାଇଛି। ଯାହା ଦେଖିବାକୁ ମିିଳୁଛି। କାରଣ କୋଭିଡ ପରେ ଲୋକେ ସଚେତନ ହୋଇଛନ୍ତି। ଆଉ ସାଧାରଣ ଥଣ୍ଡା ଜ୍ୱର ହେଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି। ସେହିପରି କୋଭିଡ ସମୟରେ ଲୋକେ ମାସ୍କ ପିନ୍ଧୁଥିଲେ, ସାମାଜିକ ଦୂରତା ରକ୍ଷା କରୁଥିଲେ। ଏବେ କୌଣସି କଟକଣା ନାହିଁ କି ମାସ୍କ ପିନ୍ଧୁନାହାନ୍ତି ଲୋକେ।

ସେହିପରି କୌଣସି ରୋଗରେ ଆକ୍ରାନ୍ତ ହେବା ପରେ ଅନେକ ଲୋକ ଆଣ୍ଟିବାୟୋଟିକ ଅଧିକ ଖାଇଛନ୍ତି। ଯାହା ଏବେ ଆଉ କାମ ଦେଉନାହିଁ। ଅଧିକ ମାତ୍ରାରେ ଖିଆ ଯାଇଥିବାରୁ ତେଣୁ ସାଧାରଣ ଆଣ୍ଟିବାୟୋଟିକ ଆଉ କାମ ଦେଉନାହିଁ ବୋଲି ଚିକିତ୍ସକ କହିଛନ୍ତି। ଏହି ଫ୍ଲୁରୁ ବର୍ତ୍ତିବାକୁ ହେଲେ ଲୋକଙ୍କୁ ପ୍ରତିଷେଧମୂଳକ ସଟ୍ ନେବା ଦରକାର ବୋଲି ସେ କହିଛନ୍ତି।

 

 

 

Leave A Reply

Your email address will not be published.