Latest Odisha News

BREAKING NEWS

ଝିଅ ବେକରେ ଛୁରୀ ଲଗେଇ କାଉନସିଲରଙ୍କ ଘରୁ ଲୁଟ୍

ରାୟଗଡ଼ା:ରାୟଗଡ଼ା ସହର ରାମକୃଷ୍ଣ ନଗର ବାସିନ୍ଦା ତଥା ୪ନମ୍ବର ୱାର୍ଡ଼ କାଉନସିଲର ସୁକାନ୍ତ ପରିଡ଼ାଙ୍କ ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ । ବର୍ଷକର ଝିଅ ବେକରେ ଛୁରି ଲଗାଇ ମାଆକୁ କାବୁ କରି ଘରୁ ସୁନା ଲୁଟିନେଇଛନ୍ତି । ଏହି ଘଟଣା ସମଗ୍ର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୂଚନାପାଇ ପୋଲିସ ସନ୍ଧାନୀ କୁକୁର ସହ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

ଲୁଟେରାମାନେ କାନଫୁଲ ଦୁଇ ହଳ, ମଙ୍ଗଳସୂତ୍ର ସମେତ ଦୁଇ ହଳ ରୂପା ପାଉଁଜି ଏବଂ ଛୋଟ ଝିଅର ୪ଟି ଖଡୁ ଚୋରି କରିଥିବା କାଉନସିଲର ସୁକାନ୍ତ କହିଛନ୍ତି ।

ସୁକାନ୍ତଙ୍କ କହିବାନୁସାରେ,ସନ୍ଧ୍ୟା ପ୍ରାୟ ୬ଟାବେଳେ ମୁଖା ପିନ୍ଧା ଦୁଇ ଦୁର୍ବୃତ୍ତ ତାଙ୍କ ଘର ପଛ ପଟୁ ପଶିଥିଲେ । ବର୍ଷକର ଝିଅ ବେକରେ ଛୁରି ଲଗାଇ ତାଙ୍କ ପତ୍ନୀଙ୍କୁ ଘରେ ଥିବା ସୁନାଗହଣା ଦେବାକୁ କହିଥିଲେ। ଫଳରେ ସୁକାନ୍ତଙ୍କ ପତ୍ନୀ ଝିଅର ଜୀବନ ବଞ୍ଚାଇବା ପାଇଁ ଘରେ ଥିବା ସମସ୍ତ ସୁନାଗହଣା ଦେଇଥିଲେ ।

Leave A Reply

Your email address will not be published.