Latest Odisha News

ନୂଆବର୍ଷକୁ ସ୍ୱାଗତ କରିବାକୁ କାଉଣ୍ଟଡାଉନ୍ ଆରମ୍ଭ: ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: ଅପସରି ଯାଉଛି ୨୦୨୨ । ଆଉ କେଇ ଘଣ୍ଟା ପରେ ୨୦୨୩ର ଆଗମନ । ନୂଆବର୍ଷକୁ ସ୍ୱାଗତ କରିବାକୁ ସଭିଏଁ ପ୍ରସ୍ତତ । ସବୁଠି ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଚାଲିଛି ଯୋଜନା । ରାତି ୧୨ଟାରେ ଆଗାମୀ ବର୍ଷର ହେବ ଆଗମନ । ତେଣୁ ମନରେ ପ୍ରବଳ ଉତ୍କଣ୍ଠା । ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ପୁରଠୁ ପଲ୍ଲି, ସହରଠୁ ନଗର, ଦେଶଠୁ ବିଦେଶ ସବୁସ୍ଥାନରେ ଅଲଗା ଅଲଗା କାର୍ଯ୍ୟକ୍ରମ । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଘର, ହୋଟେଲ, ରେସ୍ତୋରାଁରେ ଚାଲିଛି ପ୍ରସ୍ତୁତି । ଭୋଜି ପାଇଁ ପିକନିକ୍ ସ୍ପଟ୍ ରେ ଜନଗହଳି । ଫୁଲ ଦୋକାନଗୁଡିକରେ ଭିନ୍ନ ଭିନ୍ନ ରଙ୍ଗର ଫୁଲ୍ ଗ୍ରାହକଙ୍କୁ ଆକୃଷ୍ଟ କରୁଛି ।

BjdElectrycity

ମନ୍ଦିର ହେଉବା ଅନ୍ୟ ଗୀର୍ଜାଘର, ଧର୍ମାନୁଷ୍ଠାନ ହେଉବା ଶିକ୍ଷାନୁଷ୍ଠାନ ସବୁସ୍ଥାନକୁ ସୁସଜ୍ଜିତ କରାଯାଉଛି । ଲୋକେ ନୂଆବର୍ଷକୁ ଆନନ୍ଦରେ ସ୍ୱାଗତ କରିବାକୁ କେକ୍ ଦୋକାନ ଗୁଡିକରେ ଭିଡ଼ ଲଗାଇଛନ୍ତି । ନୂଆ ବର୍ଷରେ ନୂଆ ପୋଷାକ କିଣା ସାଙ୍ଗକୁ ଘରକୁ ନୂଆ ନୂଆ ସାମଗ୍ରୀ କିଣି ନେବା ପାଇଁ ଦୋକାନ ବଜାର, ମଲ୍ ଗୁଡିକରେ ଭିଡ଼ ଦେଖିବାକୁ ମିଳୁଛି ।

ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ବି ପ୍ରସ୍ତୁତି ବ୍ୟାପକ କରିଛି । ଟ୍ୱିନ ସିଟିରେ ବିଶୃଙ୍ଖଳାକୁ ରୋକିବା ପାଇଁ ସଜାଗ ରହିଛି କମିଶନରେଟ୍ ପୋଲିସ । ନିଶାଡିଙ୍କୁ କାବୁ କରିବାକୁ ଯୋଜନା ମୁତାବକ ମୁତୟନ ହୋଇଛନ୍ତି ପୋଲିସ ।

ବାର, ପପ୍ ଆଦି ସ୍ଥାନ ଚଳଚଞ୍ଚଳ ହୋଇଛି । ଏଥିପାଇଁ ଏଣ୍ଟ୍ରି ଟିକେଟ ଚଢା ଦରରେ ବି କିଣି ନେଉଛନ୍ତି ଲୋକେ । ଡିଜେ ସାଉଣ୍ଡରେ ଝୁମିବା ପାଇଁ ଉତ୍କଣ୍ଠାର ସହିତ ରାତି ୧୨ଟାକୁ ଅପେକ୍ଷା କରିଛନ୍ତି ଯୁବପିଢି ।

Leave A Reply

Your email address will not be published.