Latest Odisha News

BREAKING NEWS

କଡା ସୁରକ୍ଷା ବଳୟ ଭିତରେ ନୂଆପଡ଼ାରେ ଚାଲିଛି ଭୋଟ ଗଣତି, ୧୪୪ ଲାଗୁ

ନୂଆପଡ଼ା: ଆରମ୍ଭ ହୋଇଯାଇଛି ଭୋଟ ଗଣତି, ଖୋଲିବ ଭାଗ୍ୟର ପେଡ଼ି। ପ୍ରାର୍ଥୀ ଓ ସମର୍ଥକଙ୍କ ଛାତି ଧଡ଼ ଧଡ଼। ତ୍ରିସ୍ତରୀୟ କଡା ସୁରକ୍ଷା ବଳୟ ଭିତରେ ନୂଆପଡ଼ା ଏସନାଳ କଲେଜରେ ଚାଲିଛି ଦୁଇଗୋଟି ବିଧାନସଭା ଖଡ଼ିଆଳ ଓ ନୂଆପଡ଼ା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି। ନୂଆପଡ଼ା ଜିଲ୍ଲାପାଳ ଓ ଏସପିଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଦୁଇଟି ବିଧାନସଭା ମଣ୍ଡଳୀ ପାଇଁ ୧୪ଟି ଲେଖାଏଁ ଟେବୁଲରେ ସର୍ବମୋଟ ୨୨ ରାଉଣ୍ଡ ଭୋଟ ଗଣତି ହେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଲୋକସଭା ପାଇଁ ମଧ୍ୟ ସମାନ ସଂଖ୍ୟକ ଟେବୁଲ ପଡ଼ିଥିବା ସୂଚନା ରହିଛି । ଭୋଟ ଗଣତିକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଭୋଟ ଗଣତି ଚାରିପାର୍ଶ୍ୱରେ ୧୪୪ ଧାରା ଲାଗିଥିବା ବେଳେ ଜିଲ୍ଲା ପୋଲିସରୁ ୧୬୦ ଜଣ ଅଧିକାରୀ ଓ କର୍ମଚାରୀ, ସେହିପରି ସିଆରପିଏଫ୍‌ରୁ ପାଞ୍ଚ ପ୍ଲାଟୁନ ଫୋରି୍ସ, ଆଇଆରବିଏନରୁ ତିନି ପ୍ଳାଟୁନ ସୁରକ୍ଷା କର୍ମୀ ନିୟୋଜିତ ଥିବା ସହ ଜିଲ୍ଲା ସାରା ମଧ୍ୟ ସୁରକ୍ଷା କଡାକଡି କରାଯାଇଥିବା ଏସପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.