Latest Odisha News

ଏମିତି ଦେଶ, ଯେଉଁଠି ପରସ୍ପରକୁ ଚୁମ୍ବନ ଦେଇ ପାଳନ୍ତିି ନୂଆବର୍ଷ

ୟୁରୋପ: ଆଉ ମାତ୍ର ଗୋଟିଏ ଦିନ । ପୁରୁଣା ବର୍ଷ ବିଦାୟ ନେବ ନୂତନ ବର୍ଷ ଆସିବ । ନୂତନବର୍ଷକୁ ସ୍ୱାଗତ କରିବା ପାଇଁ ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କେଉଁଠି ବାଜାବାଣ ଫୁଟାଇ ତ ଆଉ କେଉଁଠି ନାଚ ଗୀତ,ଭୋଜିଭାତ କରି ନୂଆବର୍ଷକୁ ସ୍ୱାଗତ କରିଥାନ୍ତି । କିନ୍ତୁ ଏମିତି ଏକ ଦେଶ ଅଛି, ଯେଉଁଠି ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ୱାଗତ କରାଯାଇଥାଏ । ଏଠାରେ ପରସ୍ପରକୁ ଚୁମ୍ବନ ଦେଇ ପାଳିଥାନ୍ତି ନୂଆବର୍ଷ ।

ୟୁରୋପରେ ହିଁ ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ୱାଗତ କରାଯାଇଥାଏ । ଏହା ଏଠାକାରର ଏକ ସ୍ୱତନ୍ତ୍ର ପରମ୍ପରା, ଯାହାକୁ ଲୋକେ କାହିଁ କେଉଁକାଳରୁ ମାନି ଆସୁଛନ୍ତି । ୩୧ ଡିସେମ୍ବର ରାତି ୧୨ଟା ବାଜିବା କ୍ଷଣି ସେଠାକାର ଲୋକେ ଅନ୍ୟଙ୍କୁ ଚୁମ୍ବନ ଦେଇ ନୂଆବର୍ଷର ଶୁଭେଚ୍ଛା ଜଣାଇଥାନ୍ତି । ଏହି ଦେଶର ଲୋକମାନ ଚୁମ୍ବନକୁ ଭାଗ୍ୟବାନ ବୋଲି ବିବେଚନା କରିଥାନ୍ତି । ଏହି ପରମ୍ପରା ୧୭ ତମ ଶତାବ୍ଦୀରୁ ଚାଲିଆସିଛି । ଡ୍ୟାନ୍ସ ସମୟରେ ଅନେକ ଲୋକ ମାସ୍କ ପିନ୍ଧନ୍ତି, ଯାହାକୁ ଖରାପ ଆତ୍ମାଙ୍କର ପ୍ରତୀକ ଭାବରେ ବିବେଚନା କରାଯାଏ ଏବଂ ଲୋକମାନେ ସେମାନଙ୍କୁ ଘୃଣା କରନ୍ତି ।

Comments are closed.