Latest Odisha News

କେରଳରୁ ଦେଶର ତୃତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ତୃତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମ ଓ ଦ୍ୱିତୀୟ ଭଳି ତୃତୀୟ ମଙ୍କିପକ୍ସ ଆକ୍ରାନ୍ତ ଜଣଙ୍କ କେରଳର । ୩୫ ବର୍ଷୀୟ ବ୍ୟକ୍ତି ଜଣଙ୍କ କେରଳ ମଲ୍ଲାପୁରମର ହୋଇଥିବା ବେଳେ ଜୁଲାଇ ୬ ତାରିଖରେ ସେ ୟୁଏଇରୁ ଫେରିଥିଲେ । ତାଙ୍କୁ ଜର ହେବା ପରେ ମଞ୍ଜେରୀ ମେଡିକାଲ୍ କଲେଜରେ ୧୩ ତାରିଖରେ ଭର୍ତ୍ତି କରାଯାଇଥିଲା ।

BjdElectrycity

୧୫ ତାରିଖରେ ତାଙ୍କ ଠାରେ ମଙ୍କିପକ୍ସର ଲକ୍ଷଣ ଦେଖା ଯାଇଥିଲା । ଏବେ ତାଙ୍କ ପରିବାର ଓ ନିକଟ ସମ୍ପର୍କରେ ଆସିଥିବା ଲୋକଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଥିବା ସୂଚନା ଦେଇଛନ୍ତି କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ । ଗତ ମଙ୍ଗଳବାର କେରଳରେ ଦେଶର ଦ୍ୱିତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଉକ୍ତ ବ୍ୟଙ୍କି ଜଣଙ୍କ କନ୍ନୁର ହୋଇଥିବା ବେଳେ ତାଙ୍କ ବୟସ ୩୧ ବର୍ଷ ।

ସେହିଭଳି ଜୁଲାଇ ୧୪ରେ କେରଳରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୟୁଏଇରୁ ସେ କେରଳ ଫେରିଥିଲେ । ତାଙ୍କୁ ଥିରୁଅନନ୍ତପୁରମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଏବେ ପୁଣି କେରଳରୁ ଆଉ ଜଣେ  ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ପରେ ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇ ପଡ଼ିଛି ।

Leave A Reply

Your email address will not be published.