Latest Odisha News

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ, ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ନୂଆଦିଲ୍ଲୀ: ଦ୍ୱାଦଶ ପରେ ସିବିଏସ୍ଇ ଦଶମ ଶ୍ରେଣୀ ଟର୍ମ ୨ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ପାସହାର ୯୪.୪୦ ପ୍ରତିଶତ ରହିଛି । ଦେଶର ୨୨ ହଜାର ୭୨୧ଟି ସ୍କୁଲର ପରୀକ୍ଷା ୭ ହଜାର ୪୦୫ଟି କେନ୍ଦ୍ରରେ ହୋଇଥିଲା । ୨୦ ଲକ୍ଷ ୯୩ ହଜାର ୯୭୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୯ ଲକ୍ଷ ୭୬ ହଜାର ୬୬୮ ଜଣ ପାସ୍ କରିଛନ୍ତି । ତ୍ରୀବେନ୍ଦ୍ରମ ଜୋନରେ ସର୍ବାଧିକ ପାସହାର ୯୯.୬୮ ପ୍ରତିଶତ ରହିଛି ।

ଭୁବନେଶ୍ୱର ଜୋନରେ ପାସହାର ୯୬.୪୬ ପ୍ରତିଶତ ଥିବା ଜଣାପଡ଼ିଛି । ପୁଅଙ୍କ ତୁଳନାରେ ଝିଅ ଭଲ କରିଛନ୍ତି । ଛାତ୍ରୀଙ୍କ ପାସହାର ୯୫.୨୧ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସହାର ୯୩.୮୦ ପ୍ରତିଶତ ରହିଛି । ଗତବର୍ଷ ଅପେକ୍ଷା ପାସହାର କମିଛି । ଛାତ୍ରଛାତ୍ରୀ DigiLocker app ସହ ସିବିଏସଇ (CBSE) ୱେବସାଇଟକୁ ଯାଇ ପରୀକ୍ଷା ଫଳ ଦେଖି ପାରିବେ ।

Leave A Reply

Your email address will not be published.