ବରଗଡ଼: ବରଗଡ଼ ସହରରେ ବଢୁଥିବା ନିଶା କାରବାରକୁ ରୋକିବା ଦିଗରେ ବଡ ପଦକ୍ଷେପ ନେଇଛି ପୋଲିସ। ତେବେ ବରଗଡ଼ ପୋଲିସ କୁ ମିଳିଲା ପୁଣି ଏକ ବଡ଼ ସଫଳତା।
ବରଗଡ଼ରେ ନିଶା କାରବାର ରୋକିବା ପାଇଁ ପୋଲିସ୍ ପକ୍ଷରୁ ବିଭିନ୍ନ ରେଡ୍ କରାଯାଉଥିବା ବେଳେ ଆଜି ସକାଳ ସମୟରେ ଘରୋଇ ବସଷ୍ଟାଣ୍ଡ ନିକଟରୁ ୭୦ ଗ୍ରାମ ବ୍ରାଉନ ସୁଗର ସହ ଦମ୍ପତ୍ତିକୁ ଗିରଫ କରାଯାଇଛି। ଗିରଫ ଦମ୍ପତ୍ତି ହେଲେ ବରଗଡ଼ ସହରର ୱାର୍ଡ଼ ନମ୍ବର ୫ ର ୩୫ ବର୍ଷିୟ ସୁକାନ୍ତ ସୁନା ଓ ୩୫ ବର୍ଷୀୟା ରୋଜି ସୁନା। ଗିରଫ ଅଭିଯୁକ୍ତଙ୍କ ଠାରୁ ୭୦ ଗ୍ରାମ ବ୍ରାଉନ ସୁଗର ସହ ନଗଦ ୧ ଲକ୍ଷ ୪ ହଜାର ଟଙ୍କା ଜବତ କରାଯାଇଥିବା ବେଳେ ଏକ ପାସ ବୁକ୍ ଓ ଏକ ଚେକ୍ ବୁକ୍ ମଧ୍ୟ ଜବତ କରାଯାଇଛି।
ତେବେ ଏନେଇ ଏକ ମାମଲା ରୁଜୁ କରାଯାଇଛି। ବ୍ରାଉନ ସୁଗାର କାରବାରରେ ଆଉ କାହା କାହାର ସଂପୃକ୍ତି ରହିଛି, ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବରଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଇନ୍ଦୁଲେଖା ପଶ୍ଚିମାକବାଟ ସୂଚନା ଦେଇଛନ୍ତି।
Comments are closed.