ରାୟଗଡା : ଅବୈଧ ପ୍ରେମ ପାଇଁ ଲୋକହସା ହୋଇଛନ୍ତି ପ୍ରେମୀ ଯୁଗଳ । ଏପରିକି ଗ୍ରାମବାସୀ ଉଭୟଙ୍କୁ ଚାଷ ଜମିରେ ହଳ ବୁଲାଇଛନ୍ତି । ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ମାଡି ଚାଲିଛି ଏହି ଖବର । ରାୟଗଡା ଜିଲ୍ଲାରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କଲ୍ୟାଣସିଂପୁର ବ୍ଲକ ସିକୋରପାଇ ପଞ୍ଚାୟତର କଞ୍ଜାମଯୋଡି ଗାଁରେ ଏହି ଘଟଣା ଘଟିଛି । ନିଜ ପିଉସୀକୁ ବିବାହ କରିଥିବା ପୁତୁରାକୁ ଗ୍ରାମବାସୀ ପ୍ରଜାକୋର୍ଟରେ ଦଣ୍ଡ ଦେଇଛନ୍ତି । କିଛିଦିନ ହେଲା ପୁତୁରା ଲାକ ସାରକା ଓ ପିୟୁସି କୋଡିୟା ସାରକା ଲୁଚି ଲୁଚି ପ୍ରେମ କରୁଥିଲେ । ଆଉ ପ୍ରେମ ବଢିଯିବା ପରେ ଉଭୟେ ବିବାହ କରିଥିଲେ ବୋଲି ସୂଚନା ମିଳିଛି । ଏହି ଘଟଣା ପରେ ସେମାନଙ୍କୁ ଗ୍ରାମବାସୀ ଦଣ୍ଡ ଦେଇଥିଲେ । ଗତ ସପ୍ତାହେ ତଳୁ ଏହି ଘଟଣା ଘଟିଥିଲା । ଉଭୟ ପ୍ରେମୀ ଯୁଗଳଙ୍କୁ ଗ୍ରାମବାସୀ ବିଲରେ ହଳ କରାଇଛନ୍ତି । କିଛି ଲୋକ ସେମାନଙ୍କ ହଳ କରିବା ଦୃଶ୍ୟ ମଧ୍ୟ ଦେଖୁଛନ୍ତି । ହେଲେ କେହି ଏମାନଙ୍କୁ କିଛି କହୁନାହାଁନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଘଟଣା ଲୋକଲୋଚନକୁ ଆସିଛି । ଏ ବାବଦରେ ଗ୍ରାମବାସୀଙ୍କ କହିବାନୁସାରେ ସେମାନଙ୍କ ପ୍ରେମକୁ ବିରୋଧ କରାଯାଇଥିଲା । ତଥାପି ସେମାନେ ଏକା ସାଙ୍ଗରେ ରହିଥିବାରୁ ଦଣ୍ଡ ମିଳିଥିଲା ।
BREAKING NEWS
- ଭୋଟର ତାଲିକାରୁ ବାଦ୍ ପଡ଼ିଲେ ୭ ଲକ୍ଷରୁ ଅଧିକ ମତଦାତା
- ରାଗିଗଲେ ରାହାନେ: ମୁଁ ନିଜ ଦକ୍ଷତାକୁ ପ୍ରମାଣିତ କରିବା ପାଇଁ ଆଇପିଏଲ ଖେଳୁନି
- ଓଡ଼ିଆ ପକ୍ଷ-୨୦୨୬: ଏପ୍ରିଲ ୧ରୁ ୧୪ ଦିନ ଧରି ପାଳନ ହେବ
- ସରକାରଙ୍କ ବିରୋଧରେ ଗର୍ଜିଲେ ସବୁ ଦଳ
- ଚିଟଫଣ୍ଡ୍ ଟଙ୍କା ଫେରି ପାଇଲେଣି ୪ ଲକ୍ଷ ୨୭ ହଜାର ୪୮୭ କ୍ଷତିଗ୍ରସ୍ତ….
- ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସ୍ର ବରିଷ୍ଠ କିରାଣୀ
- ଜନଗଣନା ତଥ୍ୟ RTI ପରିସରଭୁକ୍ତ ନୁହେଁ
- Maoist Surrender:ମହିଳା ମାଓବାଦୀ ମୋଙ୍ଗଡ଼ିଙ୍କ ଆତ୍ମସମର୍ପଣ;ବାଙ୍କୋ ଖଣି ବିସ୍ଫୋରକ ଲୁଟ୍ ଘଟଣାରେ ଥିଲେ ଜଡିତ
- Nandankanan: ନନ୍ଦନକାନନକୁ ଆସିଲେ ଅତିଥି: ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁ ପ୍ରଜାତି ୧୭୯କୁ ବୃଦ୍ଧି
- ସମୁଦ୍ରରେ ବୁଡ଼ି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ
Comments are closed.