ରାୟଗଡା : ଅବୈଧ ପ୍ରେମ ପାଇଁ ଲୋକହସା ହୋଇଛନ୍ତି ପ୍ରେମୀ ଯୁଗଳ । ଏପରିକି ଗ୍ରାମବାସୀ ଉଭୟଙ୍କୁ ଚାଷ ଜମିରେ ହଳ ବୁଲାଇଛନ୍ତି । ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ମାଡି ଚାଲିଛି ଏହି ଖବର । ରାୟଗଡା ଜିଲ୍ଲାରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କଲ୍ୟାଣସିଂପୁର ବ୍ଲକ ସିକୋରପାଇ ପଞ୍ଚାୟତର କଞ୍ଜାମଯୋଡି ଗାଁରେ ଏହି ଘଟଣା ଘଟିଛି । ନିଜ ପିଉସୀକୁ ବିବାହ କରିଥିବା ପୁତୁରାକୁ ଗ୍ରାମବାସୀ ପ୍ରଜାକୋର୍ଟରେ ଦଣ୍ଡ ଦେଇଛନ୍ତି । କିଛିଦିନ ହେଲା ପୁତୁରା ଲାକ ସାରକା ଓ ପିୟୁସି କୋଡିୟା ସାରକା ଲୁଚି ଲୁଚି ପ୍ରେମ କରୁଥିଲେ । ଆଉ ପ୍ରେମ ବଢିଯିବା ପରେ ଉଭୟେ ବିବାହ କରିଥିଲେ ବୋଲି ସୂଚନା ମିଳିଛି । ଏହି ଘଟଣା ପରେ ସେମାନଙ୍କୁ ଗ୍ରାମବାସୀ ଦଣ୍ଡ ଦେଇଥିଲେ । ଗତ ସପ୍ତାହେ ତଳୁ ଏହି ଘଟଣା ଘଟିଥିଲା । ଉଭୟ ପ୍ରେମୀ ଯୁଗଳଙ୍କୁ ଗ୍ରାମବାସୀ ବିଲରେ ହଳ କରାଇଛନ୍ତି । କିଛି ଲୋକ ସେମାନଙ୍କ ହଳ କରିବା ଦୃଶ୍ୟ ମଧ୍ୟ ଦେଖୁଛନ୍ତି । ହେଲେ କେହି ଏମାନଙ୍କୁ କିଛି କହୁନାହାଁନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଘଟଣା ଲୋକଲୋଚନକୁ ଆସିଛି । ଏ ବାବଦରେ ଗ୍ରାମବାସୀଙ୍କ କହିବାନୁସାରେ ସେମାନଙ୍କ ପ୍ରେମକୁ ବିରୋଧ କରାଯାଇଥିଲା । ତଥାପି ସେମାନେ ଏକା ସାଙ୍ଗରେ ରହିଥିବାରୁ ଦଣ୍ଡ ମିଳିଥିଲା ।
BREAKING NEWS
- Mahanadi Water Dispute: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି
- Cross-Border Arms Terror Module: ପାକିସ୍ତାନରୁ ପଠାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର;କ୍ଷେତରେ ଲୁଚାଯାଇଥିଲା…
- ସସପେନ୍ସ ଭିତରେ ସସପେଣ୍ଡ୍…ହେଲେ କଳି ଗଲାଣି ବଳି
- Brown sugar Seized; ଚାଲିଥିଲା ବ୍ରାଉନସୁଗାର ଡିଲ୍; ମାଡ଼ି ବସିଲା ପୋଲିସ, ୨ ଗିରଫ
- ଇନ୍ଦୋରରେ ବ୍ୟାଟ୍ସମ୍ୟାନଙ୍କ ଭୂସ୍ୱର୍ଗରେ ଟିମ ଇଣ୍ଡିଆ ପଲା ଭାରୀ
- Phulbani Accident: ଦୁର୍ଘଟଣାରେ ଜଳିଗଲା ଅଟୋ-କାର୍;ଜଣେ ଜୀବନ୍ତ ଦଗ୍ଧ,ଗୁରୁତର ମେଡିକାଲ୍ରେ …
- ଖଣ୍ଡଗିରି ମେଳା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି; ଲାଗିବ ୧୦୦ ସିସିଟିଭି, ରହିବ ବ୍ୟାପକ ପୋଲିସ ବ୍ୟବସ୍ଥା
- ମ୍ୟାଚ ଜିତାଇବ ବୋଲି କହି ଫସିଲେ ତାନ୍ତ୍ରିକ: ଟିମ ହାରିଲା ଦେଲେ ୩୬ ଲକ୍ଷ
- ଶିବ ମନ୍ଦିର ଭିତରୁ ପୂଜକଙ୍କ ମୃତଦେହ ଉଦ୍ଧାର
- ୧୦ ଆକାଂକ୍ଷୀ ଜିଲ୍ଲାରେ ଆରମ୍ଭ ହେଲା ନ୍ୟାୟ ଓ ସମାଧାନର ବିକଳ୍ପ ମଞ୍ଚ ନାରୀ ଅଦାଲତ
Comments are closed.