Latest Odisha News

BREAKING NEWS

ଅଜବ ହୋଟେଲ: ନା ଅଛି ଛାତ ନା ଅଛି କାନ୍ଥ, ଖୋଲା ଆକାଶ ତଳେ ରୁହନ୍ତି ଲୋକେ

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ବାହାରକୁ ବୁଲାବୁଲି କରିବା ପାଇଁ ଯିବାବେଳେ ଆମେ ସାଧାରଣତଃ ହୋଟେଲରେ ରହିଥାଉ l ଏହି ହୋଟେଲ ମାନଙ୍କରେ ସ୍ଵତନ୍ତ୍ର କୋଠରୀ ସହ ଅନ୍ୟାନ୍ୟ ସୁବିଧା ରହିଥାଏ। କିନ୍ତୁ ଏମିତି ଏକ ହୋଟେଲ ଅଛି ଯେଉଁଠି ନା ଅଛି ଛାତ ନା ଅଛି କାନ୍ଥ l ଖୋଲା ଆକାଶ ତଳେ ରାତି କାଟିଥାଆନ୍ତି ଗ୍ରାହକ। କିନ୍ତୁ ହୋଟେଲ ଭଡା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ l ଗୋଟେ ରାତି ପାଇଁ ଏହି ହୋଟେଲର ଭଡା ହେଉଛି ୨୫୦ ଡଲାର ଅର୍ଥାତ୍ ୧୮,୦୯୮ ଟଙ୍କା l ଦି ନଲ୍ ଷ୍ଟର୍ନ ହୋଟେଲ’ ନାମକ ଏହି ମୁକ୍ତାକାଶ ହୋଟେଲ ସ୍ୱିଜରଲ୍ୟାଣ୍ଡରେ ରହିଛି। ଏହି ହୋଟେଲକୁ ସ୍ୱିଜରଲ୍ୟାଣ୍ଡର ଦୁଇ କଳାକାର ଫ୍ରାଙ୍କ ଏବଂ ରିକଲିନ୍ ନିର୍ମାଣ କରିଥିଲେ ।

ତେବେ ପ୍ରଥମେ ହୋଟେଲଟି ଲୋକଙ୍କୁ ଅଜବ ଲାଗିଥିଲେ ମଧ୍ୟ ପରେ ଧୀରେ ଧୀରେ ଏହା ଲୋକଙ୍କ ପସନ୍ଦର ସ୍ଥାନ ପାଲଟିଥିଲା। ଏହି ହୋଟେଲରେ ଆପଣଙ୍କୁ ରହିବାକୁ ହେଲେ ଖୋଲା ଆକାଶ ତଳେ ଆପଣଙ୍କୁ ରହିବାକୁ ପଡିବ l କାରଣ ଏହି ହୋଟେଲରେ କୌଣସି କୋଠରୀ ନାହିଁ କି ଛାତ କିମ୍ବା କାନ୍ଥ କିଛି ବି ନାହିଁ l ତେବେ ଅନ୍ୟ ହୋଟେଲ ପରି ଏଠାରେ ଆପଣଙ୍କୁ ବିଭିନ୍ନ ପ୍ରକାରର ବେଡ଼ ସୁବିଧା ମିଳିପାରିବ l ଏହି ଖୋଲା ହୋଟେଲରେ ଅନ୍ୟାନ୍ୟ ବିଳାସପୂର୍ଣ୍ଣ ସୁବିଧା ଓ ସେବା ଯୋଗାଇ ଦିଆଯାଇଥାଏ। ଏଠାରୁ ସ୍ୱିଜରଲ୍ୟାଣ୍ଡର ରାତିର ଦୃଶ୍ୟ ଅତ୍ୟନ୍ତ ମନଲୋଭା ହୋଇଥାଏ। ହୋଟେଲଟି ଏକ ପାହାଡି ଅଞ୍ଚଳରେ ଅବସ୍ଥିତ। ତେବେ ଏଠାକୁ ବହୁ ସଂଖ୍ୟକ ପର୍ଯ୍ୟଟକ ସ୍ଵତ୍ତନ୍ତ୍ର ଭାବେ ରାତ୍ରିଯାପନ ପାଇଁ ଆସିଥାନ୍ତି।

ଅନେକ ଦମ୍ପତିଙ୍କ ନିରୋଳାରେ ଖୋଲା ଆକାଶ ତଳେ ରାତି କଟେଇବାର ସୁଯୋଗ ଏଠାରେ ପାଉଥିବାରୁ ଅତ୍ୟନ୍ତ ଖୁସି ହୁଅନ୍ତି। କାରଣ ରାତିରେ ଏଠାରୁ ଖୋଲା ଆକାଶ ଦେଖିବା ଯେତିକି ସୁନ୍ଦର ହୋଇଥାଏ ସେତିକି ରୋମାଞ୍ଚକର ମଧ୍ୟ ହୋଇଥାଏ।

Comments are closed.