ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଏବେ ସମସ୍ତ ପ୍ରଶଂସକଙ୍କ ନଜର ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଯବାନ ଉପରେ ରହିଛି । ଫିଲ୍ମ ୨ ଜୁନକୁ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଇତି ମଧ୍ୟରେ ଯବାନ ସେଟର କିଛି ଭିଡିଓ କ୍ଲିପ ଓ ଅଡିଓ କ୍ଲିପ ସୋସିଆଲ ମିଡିଆରେ ଲିକ ହୋଇଥିଲା । ଏଗୁଡିକ ସଙ୍ଗେ ସଙ୍ଗେ ଭାଇରାଲ ମଧ୍ୟ ହୋଇ ଯାଇଥିଲା । ଯବାନଙ୍କ ମେକର୍ସ ରେଡ ଚିଲିଜ ଏଂଟରଟେନମେଂଟ ଏଥିନେଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ବୁଧବାର ହାଇକୋର୍ଟ ସମସ୍ତ ସୋସିଆଲ ମିଡିଆକୁ ଏହି କ୍ଲିପଗୁଡିକ ହଟେଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୟୁଟ୍ୟୁବ, ଗୁଗଲ, ଟ୍ୱିଟର ଓ ରେଡିଟ ପରି ପ୍ଲାଟଫର୍ମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯବାନର କଂଟେଟ ପ୍ରସାରିତ କରୁଥିବା ଚ୍ୟାନେଲର ଆକ୍ସେସ ବନ୍ଦ କରିବା ପାଇଁ ମଧ୍ୟ କହିଛନ୍ତି ।
ଏହି କ୍ଲିପ ମଧ୍ୟରେ ଗୋଟିଏ ଡାଇଲଗ ଲୋକଙ୍କୁ ବେଶ ପସନ୍ଦ ଆସୁଛି । ଅଟଲୀଙ୍କ ଏହି ଫିଲ୍ମରେ ଶାହାରୁଖ କହୁଛନ୍ତି ଘୋଡେ ମାର ଦିଏ ସଭି, ହାତୀ କୋ ଭି ଢ଼େର କିୟା । ଗିରା ଦିୟା ୱଜୀର ସାରେ, ପୈଦଲ କୋ ଭି ନେହି ଛୋଡା । ସବକୋ ମାତ ଦେକର, ସାରା ରାଜା ପଂହୁଚେ ହେ ଜହାଁ.. ବାଜି ତୋ ୱହାଁ ସେ ଶୁରୁ ହୋତି ହେ ।
Comments are closed.