କଟକ: ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବଡ଼ଭାଇ ଜର୍ଜ ପଟ୍ଟନାୟକଙ୍କ ପୁଅ ଝିଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭାଇ ଓ ଭଉଣୀ ଅବହେଳିତ। ମୁଖ୍ୟମନ୍ତ୍ରୀଙ୍କ ଜନ୍ମସ୍ଥାନକୁ ଲାଗି ରହିଥିବା କଟକରେ ଜରାଜୀର୍ଣ୍ଣ ଅବସ୍ଥାରେ ଆନନ୍ଦ ଭବନକୁ ଲାଗି ଥିବା କୋଠାକୁ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହୋଇ ପଚାରିବ ଏ କଣ ସତରେ ନବୀନଙ୍କ ବଡ ଭାଇ ଓ ଉଭଣୀ ଏଭଳି ଅବହେଳିତ ଅଛନ୍ତି? ଗୋଟିଏ କୋଠା ସରକାରଙ୍କ ମ୍ୟୁଜିୟମରେ ପରିଣତ ହୋଇଛି ଅନ୍ୟଟିରେ ବିଜୁ ବାବୁଙ୍କ ପୁତୁରା ଓ ଝିଆରି ରହୁଥିବା ପୁତୁରା। ଦୁଇ କୋଠା ପାଖାପାଖି ରହିଛି କିନ୍ତୁ ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନ ଦେଖିଲେ ଯେକେହି ବୁଝିପାରିବ କିଭଳି ରହିଛି ସ୍ଥିତି।
ଜର୍ଜ ପଟ୍ଟନାୟକଙ୍କ ପୁଅ ଦିଲ୍ଲୀପ ପଟ୍ଟନାୟକ ତାଙ୍କ ଭଉଣୀ ରେଖା ପଟ୍ଟନାୟକଙ୍କ ସହ ଭଙ୍ଗା କୋଠାରେ ରହୁଛନ୍ତି। ଦିଲ୍ଲୀପ ଅବିବାହିତ ଓ ଗତ ୨୦ ବର୍ଷ ହେବ ଚାକିରିରୁ ଅବସର ନେଇ ସାରିଛନ୍ତି। ଏକ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ସେ ଦିବ୍ୟାଙ୍ଗ ହୋଇଯାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ବାପାଙ୍କ ପୁଅ ହୋଇ ମଧ୍ୟ ତାଙ୍କ ପାଇଁ ନବୀନ କେବେ କିଛି କରିନଥିବା ଅଭିଯୋଗ ଆଣିଛନ୍ତି ଦିଲ୍ଲୀପ।
ବିଜୁବାବୁ ଯୋଗାଯୋଗ ରଖିବାକୁ ଚେଷ୍ଟା କରିଥିଲେ ମଧ୍ୟ ନବୀନ କେବେ ଚେଷ୍ଟା କରିନଥିବା ଦିଲ୍ଲୀପ କହିଛନ୍ତି। ସେ କହିଛନ୍ତି, ନବୀନ ପଟ୍ଟନାୟକ ମୋ ବିଷୟରେ କେବେ ପଚରାଉଚରା କରିନାହାନ୍ତି। ଦୁଇଟି ବଡ଼ ଅସ୍ତ୍ରୋପଚାର ପରେ ସେ ମୋତେ ଫୋନ୍ ମଧ୍ୟ କରିନଥିଲେ। ନବୀନ ବାବୁ ନିଜ ବଡ଼ ଭଉଣୀଙ୍କ କଥା ଚିନ୍ତା କରୁନାହାନ୍ତି ବୋଲି ଦିଲ୍ଲୀପ କହିଛନ୍ତି।
ଦିଲୀପ ଓ ରେଖାଙ୍କ ଅବସ୍ଥାକୁ ନେଇ ସ୍ଥାନୀୟ ଲୋକେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ସେମାନଙ୍କୁ ସରକାରୀ ସହାୟତା ସହ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି। ଦିଲୀପଙ୍କ ଖାଇବା ଓ ରହିବାର ବ୍ୟବସ୍ଥା ସହିତ ଯଥାଶୀଘ୍ର ଚିକିତ୍ସା ସେବା ଯୋଗାଇ ଦିଆଯାଉ ବୋଲି ଦାବି ହୋଇଛି।
କଟକ ସହରର ବିକାଶରେ ସ୍ୱର୍ଗତ ଜର୍ଜ ପଟ୍ଟନାୟକଙ୍କ ବଡ଼ ଭୂମିକା ଥିଲା। ସେ ଜଣେ ଦାନ୍ତ ଡାକ୍ତର ଥିଲେ। ଏଭଳି ପରିସ୍ଥିତିରେ ତାଙ୍କ ପିଲାଙ୍କୁ ଦେଖି ମୋ ଆଖି ଭଲ ହୋଇଯାଉଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ନାରାୟଣ ଜେନା।
Comments are closed.