Latest Odisha News

ଆସନ୍ତା ସପ୍ତାହରୁ ଶିଶୁଙ୍କ ଉପରେ ଦ୍ୱିତୀୟ ଡୋଜ୍ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ଶିଶୁଙ୍କ ଉପରେ ଦ୍ୱିତୀୟ ଡୋଜ୍ ଟ୍ରାଏଲ୍‌ ଆରମ୍ଭ ହେବ। ଏ ନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ୨ରୁ ୬ ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭାକ୍ସିନର ଦ୍ୱିତୀୟ ଡୋଜ୍ ପରୀକ୍ଷା ଆସନ୍ତା ସପ୍ତାହରେ ନୂଆଦିଲ୍ଲୀର ଏମ୍ସ ରେ ଆରମ୍ଭ ହେବ।

ସୂଚନା ଅନୁଯାୟୀ, ଉପରୋକ୍ତ ବର୍ଗର ପିଲାମାନେ କୋଭାକ୍ସିନ୍‌ର ପ୍ରଥମ ମାତ୍ରା ଟିକା ନେଇସାରିଛନ୍ତି।

ଏମ୍ସ ଦିଲ୍ଲୀ ହେଉଛି ୧୮ ବର୍ଷରୁ କମ୍ ଟିକା ପାଇଁ ଏକ ପରୀକ୍ଷା କେନ୍ଦ୍ର। ଦିଲ୍ଲୀର ଏମ୍ସରେ ୬ ରୁ ୧୨ ବର୍ଷ ବୟସର ପିଲାମାନଙ୍କୁ କୋଭାକ୍ସିନ୍‌ର ଦ୍ୱିତୀୟ ଡୋଜ ଦିଆଯାଇସାରିଛି।

Comments are closed.