ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୩୪୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଖୋର୍ଦ୍ଧାରୁ ସର୍ବାଧିକ ୫୧୧, କଟକରୁ ୩୬୬ ଜଣ, ମୟୂରଭଂଜରୁ ୩୬୨ ଜଣ, ଅନୁଗୁଳରୁ ୨୮୮ ଜଣ, ଯାଜପୁରରୁ ୧୫୫ ଜଣ, କେନ୍ଦ୍ରାପଡ଼ାରୁ ୧୩୧ ଜଣ, ବରଗଡ଼ରୁ ୧୦୪ ଜଣ, ପୁରୀରୁ ୧୦୩ ଜଣ, ସମ୍ବଲପୁରରୁ ୯୩ ଜଣ, କେନ୍ଦୁଝରରୁ ୮୯ ଜଣ, ଭଦ୍ରକରୁ ୮୪ ଜଣ, ବଲାଙ୍ଗୀରରୁ ୮୨ ଜଣ, ଜଗତସିଂହପୁରରୁ ୭୬ ଜଣ, ସୁନ୍ଦରଗଡ଼ରୁ ୭୨ ଜଣ, ବୌଦ୍ଧରୁ ୬୪ ଜଣ, ସୋନପୁରରୁ ୫୩ ଜଣ, ଝାରସୁଗୁଡ଼ାରୁ ୫୨ ଜଣ, ନୟାଗଡ଼ରୁ ୪୮ ଜଣ, କଳାହାଣ୍ଡିରୁ ୪୭ ଜଣ, କନ୍ଧମାଳରୁ ୪୬ ଜଣ, ଗଂଜାମ ଓ ନୂଆପଡ଼ାରୁ ୪୨ ଜଣ ଲେଖାଏଁ, ଢେଙ୍କାନାଳରୁ ୪୦ ଜଣ, କୋରାପୁଟରୁ ୩୯ ଜଣ, ମାଲକାନଗିରିରୁ ୩୫ ଜଣ, ବାଲେଶ୍ୱରରୁ ୩୪ ଜଣ, ଦେବଗଡ଼ରୁ ୨୨ ଜଣ, ରାୟଗଡ଼ାରୁ ୧୪ ଜଣ, ନବରଂଗପୁରରୁ ୧୩ ଜଣ, ଗଜପତିରୁ ୧୦ ଜଣ ଓ ଷ୍ଟେଟପୁଲରୁ ୨୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୨,୨୭,୬୧୫ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
Comments are closed.